ଆସନ୍ତା ୯ମାସରେ ପୂରଣ ହେବ ଓଏସ୍‌ଏସ୍‌ସିର ୧୦ହଜାର ପଦବୀ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି)ର ୨୦୨୨ରେ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୂଡ଼ାନ୍ତ ହୋଇଛି। ୨୦୨୨ର ଶେଷ ତ୍ରୈମାସିକରେ ରାଜ୍ୟ ସରକାର ୧୦ହଜାର ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଓଏସ୍‌ଏସ୍‌ସିକୁ କହିଛନ୍ତି। ଓଏସ୍‌ଏସ୍‌ସି ଅଧ୍ୟକ୍ଷ ଅଭୟଙ୍କ ସୂଚନା ଅନୁଯାୟୀ, ନଭେମ୍ବର ଏବଂ ଡିସେମ୍ବରରେ ଅନେକ ଲକ୍ଷ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରି ସାରିଛନ୍ତି। ବୁଧବାର ଓଏସ୍‌ଏସ୍‌ସି ଦ୍ୱାରା ପ୍ରକାଶିତ ଏକ ଭିଡିଓରେ ଅଭୟ କହିଛନ୍ତି, ଏହି ପଦବୀଗୁଡିକ ଆସନ୍ତା ୯ମାସ କିମ୍ବା ତାଠୁ କମ୍‌ ସମୟରେ ପୂରଣ ହେବ। ଓଏସ୍‌ଏସ୍‌ସିର ସୁପାରିସ କ୍ରମେ ୬ଟି ମିଳିତ ନିଯୁକ୍ତି ପରୀକ୍ଷା ସମ୍ପର୍କରେ ସୂଚନା ଦିଆଯାଇଛି। ଅନ୍ୟ ଏକ ମିଳିତ ପରୀକ୍ଷା ସମ୍ପର୍କରେ ପରେ ସୂଚନା ଦିଆଯିବ। ଆବେଦନକାରୀଙ୍କଠାରୁ ଓଡ଼ିଆ କିମ୍ବା ଇଂଲିଶରେ ପରୀକ୍ଷା ପାଇଁ ବିକଳ୍ପ ନିଆଯାଉଛି। ସେହି ଅନୁସାରେ ପରୀକ୍ଷାରେ ପ୍ରାର୍ଥୀମାନଙ୍କ ନମ୍ବର ତାଙ୍କ ବ୍ୟକ୍ତିଗତ ଅନ୍‌ଲାଇନ ଆକାଉଣ୍ଟ ମାଧ୍ୟମରେ ପଠାଯିବାର ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୬ରେ ୬ଟି, ୨୦୧୭ରେ ୮, ୨୦୧୮ରେ ୨, ୨୦୧୯ରେ ୧୬, ୨୦୨୦ରେ ୩, ୨୦୨୧ରେ ୧୪ ଏବଂ ୨୦୨୨ରେ ୨ଟି ନିଯୁକ୍ତି ବିଜ୍ଞାପନ ରହିଛି। ଏହି ପ୍ରକ୍ରିୟାରେ ୨୪୮୮ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ବୋଲି ଓଏସ୍‌ଏସ୍‌ସିର ବାର୍ଷିକ ବିବରଣୀରେ ପ୍ରକାଶ ପାଇଛି।

Related Articles

Back to top button