ପୁରୁଷ କର୍ମଚାରୀ ପିତା ହେଲେ ଫାର୍ମା କମ୍ପାନୀ ଫାଇଜର ଇଣ୍ଡିଆ ଦେବ ଛୁଟି

ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛି ଭାରତର ଏକ କମ୍ପାନୀ । କମ୍ପାନୀ ତାର ପୁରୁଷ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛି | ପ୍ରସିଦ୍ଧ ଫାର୍ମା କମ୍ପାନୀ ଫାଇଜର ଇଣ୍ଡିଆ ବର୍ତ୍ତମାନ ପିତା ହେବାପରେ ପୁରୁଷ କର୍ମଚାରୀଙ୍କୁ ପିତୃତ୍ୱକାଳୀନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି |

ଫାଇଜର ଇଣ୍ଡିଆର କୌଣସି ପୁରୁଷ କର୍ମଚାରୀ ପିତା ହେଲେ ୧୨ ସପ୍ତାହ ପିତୃତ୍ୱକାଳୀନ ଛୁଟି ନେଇପାରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି, ପିତା ହେବା ପରେ କର୍ମଚାରୀମାନେ ଏହି ଛୁଟିକୁ ୨ ବର୍ଷ ମଧ୍ୟରେ ବ୍ୟବହାର କରିପାରିବେ । କମ୍ପାନୀର ଏହି ନୂଆ ନୀତି ଜାନୁଆରୀ ୨୦୨୩ରୁ କାର୍ଯ୍ୟକାରୀ ହୋଇଛି |

Related Articles

Back to top button