ଶିମିଳିପାଳର ବିଭିନ୍ନ ସ୍ଥାନରେ ତୁଷାରପାତ

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ୪ ଦିନ ହେଲାଣି  ପାରଦ ଖସିବା ସହିତ ହାଡ଼ ଭଙ୍ଗା ଶୀତ ପଡୁଛି । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ସମୟରେ ଜନଶୂନ୍ୟ ହେଇପଡୁଛି ବଜାର । ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ରହୁଛି । ଅଧିକାଂଶ ସ୍ଥାନରେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଜାଳି ବସିରହୁଛନ୍ତି । କିଛି ଦିନ ପରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଛି । ଶିମିଳିପାଳ ଭିତରେ ରହୁଥିବା ପର୍ଯ୍ୟଟକ ଗାଡ଼ିରେ ତୁଷାରପାତ ହେଇଥିବାର ସୂଚନା ମିଳିଛି  ।

ଆଭ୍ୟନ୍ତରୀଣ ଶିମିଳିପାଳରେ ଥିବା ଉପର ବାରା କାମୁଡ଼ା, ଦେବସ୍ତଳୀ, ଜେନାବିଲ, ତାରାଣୀବିଲାରେ ପ୍ରବଳ ମାତ୍ରରେ ଶୀତ ଅନୁଭୂତ ହେଉଥିବାର ସୂଚନା ମିଳିଛି ।  ଶିମିଳିପାଳ ଅଭୟାରଣ୍ୟରେ ଥିବା ବିଭିନ୍ନ ଗାଁର ଅନେକ ସ୍ଥାନରେ ତୁଷାରପାତ ପାତ ହେଇଥିବାର ଆଜି ଦୃଶ୍ୟମାନ ହେଇଛି । ସର୍ଵ ନିମ୍ନ ତାପମାତ୍ରା ଉପରବାରାକାମୁଡ଼ା ୫ ଡିଗ୍ରୀ ଏବଂ ନଅଣା ୬ ଡିଗ୍ରୀ ତାପମାତ୍ରା ହ୍ରାସ ରେକର୍ଡ କରାଯାଇଛି ।  ପ୍ରତ୍ୟେକ ଦିନ ସକାଳୁ ୬ଟାରେ ତାପମାତ୍ରା ରେକର୍ଡ କରାଯାଇଥାଏ । ବିଗତ ବର୍ଷ ଗୁଡ଼ିକରେ ଶିମିଳିପାଳ ଅଭୟାରଣ୍ୟରେ ୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଆହୁରି ତାପମାତ୍ରା ଖସିବାର ଯଥେଷ୍ଟ ସମ୍ଭାବନା ରହିଛି । ହାଡ଼ଭଙ୍ଗା ଶୀତ ସତ୍ତ୍ବେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେଉଛନ୍ତି ବନଭିଭାଗ କର୍ମଚାରୀ  ।

Related Articles

Back to top button