ମାନସିକ ରୋଗୀଙ୍କ ପାଇଁ ଏମେକେସିଜି ମେଡ଼ିକାଲରେ ଟେଲି ମେଡ଼ିସିନ ସେବା ଆରମ୍ଭ

ମାନସିକ ରୋଗର ଶିକାର ହେଉଥିବା ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ସେବା ଯୋଗାଇବା ପାଇଁ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲ ପରିସରରେ ଆରମ୍ଭ ହୋଇଛି ଟେଲି ମେଡ଼ିସିନ ସେବା ବ୍ୟବସ୍ଥା । ଏହି ସେବା ପାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୧୪୪୧୬ ଜାରି କରାଯାଇଛି । ପୂବର୍ରୁ କଟକସ୍ଥିତ ଏସସିବି ମେଡିକାଲରେ ଏହି ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଏହି ସେବା ସକାଳ ୮ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ସେବା ଜରିଆରେ ମାନସିକ ରୋଗୀଙ୍କୁ ପ୍ରଥେମ କାଉନେସଲର କାଉନସିଲିଂ କରିବେ । ବିଭିନ୍ନ କାରଣକୁ ନେଇ ମାନସିକ ଦୁଶ୍ଚିନ୍ତୋର ରହୁଥିବା କିମ୍ବା କୁ- ଅଭ୍ୟାସ ଆଣାଇଥିବା ବ୍ୟକ୍ତି ମାନେ ଏହି ସେବା ନେଇ ପାରିବେ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ବିଶେଷଜ୍ଞଙ୍କୁ ସାକ୍ଷାତ କରିବାକୁ ପରାମଶ ର୍ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Related Articles

Back to top button