୨୦୨୩ ଆରମ୍ଭରୁ ମହଙ୍ଗା ହେଲା ସୁନା

ନୂଆଦିଲ୍ଲୀ: ୨୦୨୩ ଆରମ୍ଭରୁ ମହଙ୍ଗା ହେଲା ସୁନା ଦର। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (IBJA) ୱେବ୍‌ସାଇଟ୍‌ ଅନୁସାରେ ଦିଲ୍ଲୀ ସରଫା ବଜାରରେ ସୁନା ମୂଲ୍ୟ ୭୪୯ ଟଙ୍କା ବଢ଼ିଛି। ମୂଲ୍ୟ ବୃଦ୍ଧିକୁ ମିଶାଇ ବର୍ତ୍ତମାନ ସୁନା ମୂଲ୍ୟ ୫୬ ହଜାର ୩୩୬ ଟଙ୍କା ହୋଇଛି। ବିଶେଷଜ୍ଞଙ୍କ କହିବା କଥା ହେଲା ସୁନା ମୂଲ୍ୟ ବୃଦ୍ଧିର ଏଇ ଆରମ୍ଭ ମାତ୍ର। ଆଗକୁ ଆହୁରି ମୂଲ୍ୟ ବଢ଼ିବ। ଚଳିତ ବର୍ଷ ଶେଷ ସୁଧା ୧୦ ଗ୍ରାମ ପ୍ରତି ୬୪ ହଜାର ମୂଲ୍ୟ ଛୁଇଁବ।

ଏହା ପୂର୍ବରୁ ୨୦୨୦ ସୁନା ଦର ଅଧିକ ହୋଇଥିଲା। ୧୦ ଗ୍ରାମ ପ୍ରତି ୫୬ ହଜାର ୨୦୦ ଟଙ୍କା ହୋଇଥିଲା ସୁନା। ସୁନା ସହ ରୁପା ମୂଲ୍ୟ ବି ତାଳ ଦେଇ ବଢ଼ି ଚାଲିଛି। ଆଜି ରୁପା ମୂଲ୍ୟରେ କେଜି ପ୍ରତି ୧୧୮୬ ଟଙ୍କା ବୃଦ୍ଧି ହୋଇଛି। ନୂଆ ମୂଲ୍ୟକୁ ମିଶାଇ ବର୍ତ୍ତମାନ ରୂପା ୬୯,୦୭୪ ଟଙ୍କାରେ ବିକ୍ରି ହେଉଛି। ଜାନୁଆରୀ ୬ ତାରିଖରେ ରୁପା ମୂଲ୍ୟା ୬୭,୮୮୮ ଟଙ୍କା ଥିଲା।

୨୦୨୨ରେ କରୋନା କମ୍ ପ୍ରଭାବ ଦେଖିବାକୁ ମିଳିଥିଲା। କିନ୍ତୁ ଅର୍ଥନୀତିର ଚାପରେ ଯୋଗୁ ସୁନା ଓ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୦୨୨ରେ ସୁନା ମୂଲ୍ୟ ୬,୫୮୮ ଟଙ୍କା ବଢ଼ି ୧୦ ଗ୍ରାମ ପ୍ରତି ମୂଲ୍ୟ ୪୮,୨୭୯ରୁ ୫୪୮୬୭ ହୋଇଥିଲା। ସେହିଭଳି ରୁପା ମୂଲ୍ୟ କେଜି ପ୍ରତି ୬୨,୦୩୫ରୁ ବଢ଼ି ୬୮,୦୯୨ ହୋଇଥିଲା। ଅର୍ଥାତ୍ ଏଥିରେ ବି ବର୍ଷକ ଭିତରେ ୬,୦୬୭ ଟଙ୍କା ମୂଲ୍ୟ ବଢ଼ିଥିଲା। ୨୦୨୩ରେ ସୁନା ମୂଲ୍ୟ ୬୪ ହଜାର ପର୍ଯ୍ୟନ୍ତ ଯିବ ବୋଲି ଏକ୍ସପର୍ଟମାନେ କହୁଛନ୍ତି।

ଆପଣ ଜାଣିଛନ୍ତି କି ଦେଶ ସ୍ୱାଧୀନ ହେବା ବର୍ଷ ସୁନା ମୂଲ୍ୟ କେତେ ଥିଲା ? ମାତ୍ର ୮୮.୬୨ ଟଙ୍କା । ହେଲେ ସ୍ୱାଧିନତା ପରଠାରୁ ଏପର୍ଯ୍ୟନ୍ତ ବିଗତ  ୭୫ ବର୍ଷ ଭିତରେ ସୁନା ଓ ରୁପା ମୂଲ୍ୟ ଦ୍ରୁତ ଗତିରେ ବଢ଼ିଛି। ୧୯୪୭ ମସିହାରେ ଯେବେ ଦେଶ ସ୍ୱାଧିନ ହେଲା ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ମାତ୍ର ୮୮.୬୨ ଟଙ୍କା ଥିଲା। ହେଲେ ୫୬ ହଜାର ଅତିକ୍ରମ କରିଛି। ଅର୍ଥାତ ସେବେଠାରୁ ସୁନା ମୂଲ୍ୟ ୬୩୧ ଗୁଣା(୬୩୧୯୮ ପ୍ରତିଶତ) ବଢ଼ିଛି। ସେହିଭଳି ରୁପା ମୂଲ୍ୟରେ ବି ୬୪୪ ଗୁଣା ବୃଦ୍ଧି ହୋଇଛି। ୧୯୪୭ରେ ରୁପା ମୂଲ୍ୟ କେଜି ପ୍ରତି ୧୦୭ ଟଙ୍କା ଥିବା ବେଳେ ଏବେ  ଦାମ ବଢି ୬୯,୦୭୪ ଟଙ୍କା ହୋଇଛି।

Related Articles

Back to top button