କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ: ଦିନ ୨ଟା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

କଟକ: ଆଉ ୨ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ । ତା’ପୂର୍ବରୁ ଆସନ୍ତାକାଲି ବୁଧବାର କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବଲିଉଡର ବଛାବଛା କଳାକାର ଯୋଗ ଦେବେ । ନାଚ, ଗୀତର ଆସବ ଖୁବ୍ ଜମିବ ।

ଆସନ୍ତାକାଲି କଟକରେ ଦିନ ୨ଟା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହକି ବିଶ୍ୱକପ୍‌ ଉଦଘାଟନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ସରକାରୀ, ବେସରକାରୀ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

Related Articles

Back to top button