ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା । ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇ ଦିଆଯାଇଛି। ଦିଲ୍ଲୀର ସାକେତ କୋର୍ଟ ଅଫତାବଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି କରିଛନ୍ତି ।

ପ୍ରେମିକ ଅଫତାବ ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିଲା । ନଭେମ୍ବର ମାସରେ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା । ମେ ୧୮ରେ ଅଫ୍‌ତାବ୍‌ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିବା ସ୍ବୀକାର ପରେ ନଭେମ୍ବର ୧୪ରେ ଅଫତାବଙ୍କୁ ଗିରଫ କରାଯାଇଥିଲା।

ଜାନୁଆରୀ ୪ରେ ଡିଏନ୍‌ଏ ରିପୋର୍ଟ ଏହି ମାମଲାରେ ଏକ ବଡ ଖୁଲାସା କରିଥିଲା। ପୋଲିସ ଉଦ୍ଧାର କରିଥିବା କେଶ ଏବଂ ହାଡ ମୃତ ଶ୍ରଦ୍ଧାଙ୍କର ବୋଲି ଡିଏନ୍‌ଏ ରିପୋର୍ଟରୁ ଜଣାପଡିଥିଲା। ବର୍ତ୍ତମାନ ଅଫତାବ୍‌ ତିହାର ଜେଲରେ ଅଛନ୍ତି ।

Related Articles

Back to top button