ଯୋଶୀମଠ ଭୂସ୍ଖଳନ ପ୍ରସଙ୍ଗରେ ଜରୁରୀ ଶୁଣାଣି ପାଇଁ ମନା କରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୋଶୀମଠ ଭୂସ୍ଖଳନ ଘଟଣାରେ ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, ଯୋଶୀମଠ ଭୂସ୍ଖଳନ ପ୍ରସଙ୍ଗରେ ଦେଶର ଗଣତାନ୍ତ୍ରିକ ନିର୍ବାଚିତ ସରକାର କାର୍ଯ୍ୟ କରୁଛନ୍ତି । ଯାହା ଗୁରୁତ୍ୱପୂର୍ଣ୍ଣ ତାହା କରାଯିବା ଆବଶ୍ୟକ । ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସୁପ୍ରିମକୋର୍ଟକୁ ଆସିବା ଜରୁରୀ ନୁହେଁ । ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି କରାଯିବା ନେଇ ସୁପ୍ରିମକୋର୍ଟ କହିଛନ୍ତି ।

ସେପଟେ ଦିନକୁ ଦିନ ଯୋଶୀମଠ ଲୋକଙ୍କୁ ଡରାଇବାରେ ଲାଗିଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪ ହଜାରରୁ ଅଧିକ ପରିବାର ଭିଟାମାଟି ଛାଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ଆହୁରି ଅନେକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ବିପର୍ଯ୍ୟୟ ଘୋଷିତ ହୋବା ପରେ ଆଜି ୨ଟି ହୋଟେଲକୁ ପ୍ରଶାସନ ଭାଙ୍ଗିବ ।

ହୋଟେଲ ମାଉଣ୍ଟ ଭିଉ ଓ ମଲୋରି ଇନକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯିବା ନେଇ କୁହାଯାଇଛି । ସେହିପରି ଆହୁରି ଅନେକ ସ୍ଥାନରେ ଘର ଓ ହୋଟେଲ ଭାଙ୍ଗାଯିବା ନେଇ ସର୍ଭେ କରିଛି ପ୍ରଶାସନ । ଏନେଇ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଶାସନ ସଚେତନ କରୁଛି । ଘର ଭାଙ୍ଗିବାକୁ ନେଇ ତିଆରି କରାଯାଇଥିବା ତାଲିକାରେ ୧୦୦ରୁ ଊର୍ଦ୍ଧ୍ଵ ଘର ଥିବା ସୂଚନା ଦିଆଯାଇଛି ।

Related Articles

Back to top button