ନିଜ ଝିଅକୁ ହତ୍ୟା କଲା ବାପା, ସାବତ ମା’ ଓ ମାମୁଁ ନାଁରେ ଅଭିଯୋଗ

ଶବଦାହରେ ସହଯୋଗ କରିଥିବା ୩ ଗିରଫ

ଗୋପ: ନିଜ ଜନ୍ମିତ କଲେଜ ପଢୁଆ ଝିଅକୁ ସାବତ ମାଆ କଥାରେ ପଡ଼ି ପିଟିପିଟି ହତ୍ୟା କରିଛି ବାପା। କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ କରିବା ପାଇଁ ରାତାରାତି ମୃତଦେହକୁ ପୋଡ଼ିବା ସହ ପାଉଁଶକୁ ମଧ୍ୟ ଗାଏବ କରିଦେଇଛନ୍ତି। ଏନେଇ ମୃତ ଯୁବତୀଙ୍କ ବଡ଼ଭଉଣୀ ଅଭିଯୋଗକ୍ରମେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ହତ୍ୟା ମାମଲା ରୁଜ କରିଛି। ଗୋପ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶବଦାହରେ ସହଯୋଗ କରିଥିବା ସମ୍ପର୍କୀୟ ତିନିଜନ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଏଥିସହ ସାବତ ମାଆ ଓ ମାମୁଁଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ସୋନାଲିଙ୍କ ମୃତ୍ୟୁ ଖବର ପାଇଥିଲେ ବଡ଼ଭଉଣୀ ରଞ୍ଜିତା। ଶନିବାର ବିଳମ୍ବିତ ରାତିରେ ବାପା ଓ ସାବତ ମାଆ ମମତା ଓଝା, ସାବତ ମାଆଙ୍କ ଭାଇ ଜୀବନ ଓଝା ମିଶି ତାଙ୍କୁ ହତ୍ୟା କରିଥିବା ବଡ଼ଭଉଣୀ ଅଭିଯୋଗ କରିଛନ୍ତି। ଏହାପରେ ରବିବାର ସାଇଣ୍ଟିଫିକ୍ ଟିମ୍ ପୁଲିସ ତଦନ୍ତ କରି ମଶାଣିରୁ ହାଡ଼ ଓ ପାଉଁଶ ଜବତ କରିଥିବା ବେଳେ ପରୀକ୍ଷଣ ଲାଗି ଲବ୍ରୋଟୋରୀ ପଠାଯାଉଥିବା ଜଣାପଡିଛି।

ପୁଲିସ ଅଭିଯୁକ୍ତ ବାପା ଦୁର୍ଗାଚରଣ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶବ ସତ୍କାର କରିବାକୁ ଯାଇଥିବା ଦାଦା ଶିବ ମହାରଣା, ସୁଶାନ୍ତ ମହାରଣା ଓ ସମ୍ପର୍କୀୟ ଜେଜେ ନକୁଳ ମହାରଣା ଗୋପ ଥାନାରେ ଅଟକ ଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରେସ ବିବୃତ୍ତି ଜରିଆରେ ତଦନ୍ତକାରୀ ଅଧିକାରୀ ମନବ୍ରତା ଶତପଥୀ ସୂଚନା ଦେଇଛନ୍ତି। ଏହି ଘଟଣାକୁ ପୁଲିସ ଅତି ଗୁରୁତର ସହ ନେଇଥିବା ବେଳେ ଗିରଫ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି।

Related Articles

Back to top button