ଯୋଶୀମଠ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ଉତ୍ତରାଖଣ୍ଡ ସରକାର

ଯୋଶୀମଠ ଭୂସ୍ଖଳନ ପ୍ରଭାବିତଙ୍କ ପାଇଁ ଉତ୍ତରାଖଣ୍ଡ ସରକାର ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଭୂସ୍ଖଳନ ପରେ ଯେଉଁ କୋଠା ଗୁଡିକରେ ଫାଟ ସୃଷ୍ଟି ହୋଇଛି ଓ ସେହି ଲୋକମାନଙ୍କୁ ନିରାପଦ ସ୍ଥଳୀରେ ରଖାଯାଇଛି, ସେମାନଙ୍କୁ ଏହି ମଧ୍ୟବର୍ତ୍ତିକାଳୀନ ସହାୟତା ଯୋଗାଇ ଦିଆଯିବ। ପ୍ରତ୍ୟେକ ପ୍ରଭାବିତ ପରିବାରକୁ ଏହି ସହାୟତା ଦିଆଯିବ। ଅନ୍ୟପକ୍ଷରେ ଦୁଇଟି ହୋଟେଲକୁ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ଅନ୍ୟ କୌଣସି କୋଠା ଭଙ୍ଗା ଯାଇନାହିଁ। ଏପର୍ଯ୍ୟନ୍ତ ୭୨୩ଟି କୋଠାରେ ଫାଟ ସୃଷ୍ଟି ହୋଥିବା ଯାଞ୍ଚ ସମୟରେ ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩୧ଟି ପରିବାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଇତି ମଧ୍ୟରେ, ରୁରକି ଆଇଆଇଟିର ଏକ ବୈଜ୍ଞାନିକ ଦଳକୁ ଭୂସ୍ଖଳନର କାରଣ ସନ୍ଧାନ କରିବାକୁ କୁହାଯାଇଛି। ସୂଚନା ଅନୁଯାୟୀ, ଜାନୁଆରୀ ୭ ପରେ କୌଣସି ନୂଆ ଫାଟ ସୃଷ୍ଟି ହୋଇନାହିଁ କିମ୍ବା ପୁରୁଣା ଫାଟରେ ମଧ୍ୟ ବୃଦ୍ଧି ଘଟିନାହିଁ।

Related Articles

Back to top button