ହକି ପରେ କଡା କଡି ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ

ଭୁବନେଶ୍ୱର: ହକି ପରେ ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବଡ ଅଧିକାରୀଙ୍କ ସୂଚନା । ହକି ପରେ ଯାଞ୍ଚ କଡା କଡି ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ଆସନ୍ତା କାଲି ସୂଚନା ମିଳିଥିଲା ଯେ ଆସନ୍ତା ୧୫ ଜାନୁୟାରୀ ଠାରୁ କଡା କଡି ଚେକିଙ୍ଗ ହେବ । ଏହା ସହିତ ଚାଲଣ ମଧ୍ୟ କଟିବ । କିନ୍ତୁ ଏବେ ନୂଆ ଅପଡେଟ ଆସିଛି । ସାରା ରାଜ୍ୟ ଏବେ ହକି ପାଇଁ ଉତ୍ସବ ମୁଖର ଥିବାରୁ ଏହି ଚେକିଙ୍ଗ ଉପରେ ଏବେ ଟିକେ ରୋକ ଲଗାଯାଇଛି ।

ସୂଚନାମୁତାବକ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଚାଲାଣ କଟିବ ବୋଲି ଗତ କାଲି ସୂଚନା ମିଳିଥିଲା । ଜାନୁଆରୀ ୩୧ରେ ଶେଷ ନମ୍ବର ୭ ଏବଂ ୮ର ମଧ୍ୟ ସମୟସୀମା ଶେଷ ହେଉଛି। ସେହିପରି ଫେବୃଆରୀ ୨୮ରେ ଶେଷ ନମ୍ବର ୯ ଓ ୦ର ଅବଧୀ ଶେଷ ହେଉଛି । ପ୍ରାୟ ଦୁଇଥର ନମ୍ବର ପ୍ଲେଟ୍ ବଦଳାଇବାକୁ ସମୟସୀମା ଘୁଞ୍ଚାଇବା ପରେ ଏବେ ରାଜ୍ୟ ପରିବହନ ବିଭାଗ ଚାଲାଣ କାଟିବେ ବୋଲି କହିଥିଲେ । କିନ୍ତୁ ଏବେ ଏଥିରେ ରୋକ ଲାଗିଛି ।

Related Articles

Back to top button