ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନା ନାଁ ବଦଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହେଲା

କେନ୍ଦ୍ର ସରକାର ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଛନ୍ତି। ଏହା ପୂର୍ବରୁ ଅନ୍ତୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଏକ ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନାକୁ ଅନୁମୋଦନ କରିଥିଲା। ଏହି ଯୋଜନାର କାର୍ଯ୍ୟକାରିତା ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଛି, ଯେଉଁଥିରେ ୮୦ କୋଟିରୁ ଅଧିକ ଗରିବ ଲୋକ ଉପକୃତ ହୋଇଛନ୍ତି।

ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ସମସ୍ତ ରାଜ୍ୟରେ ସମାନତା ବଜାୟ ରଖିବା ପାଇଁ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହିତାଧିକାରୀଙ୍କୁ ୨୦୨୩ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

Related Articles

Back to top button