ରୁପେ ଡେବିଟ୍ କାର୍ଡ ବ୍ୟବହାରକୁ ପ୍ରେତ୍ସାହିତ କରିବାକୁ ୨୬୦୦ କୋଟି ଟଙ୍କା କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ : ରୁପେ ଡେବିଟ୍ କାର୍ଡ ବ୍ୟବହାରକୁ ପ୍ରେତ୍ସାହିତ କରିବାକୁ କେନ୍ଦ୍ର ସରକାର ଏକ ଯୋଜନା କରିଛନ୍ତି ।  ଏହି ଯୋଜନା ଅନୁସାରେ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ କମ ମୂଲ୍ୟର ନେଣଦେଣ  କଲେ ଇନସେଣ୍ଟିଭ ବା ପୁରସ୍କାର ମିଳିବ । ଏହି ଯୋଜନାକୁ ବୁଧବାରଦିନ କେନ୍ଦ୍ର କ୍ୟାବିନେଟ୍ ସବୁଜ ସଂକେତ ଦେଇଛି ।

ଏହି ଯୋଜନା ପାଇଁ ୨୬୦୦ କୋଟି ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର । ଲୋକମାନଙ୍କ ମଧ୍ୟରେ ରୁପେ ଡେବିଟ୍ କାର୍ଡ କିପରି ଲୋକପ୍ରିୟ ହୋଇପାରବ ସେଥିପାଇଁ ଏହି ରାଶିକୁ ବ୍ୟବହାର କରି ଲୋକମାନଙ୍କୁ ପୁରସ୍କାର ଦିଆଯିବ । ରୁପେ କ୍ରେଡିଟ କାର୍ଡ ଓ ଭିମ ଆପ ବ୍ୟବହାର କରି ପେମେଣ୍ଟ କଲେ ଏହି ପୁରସ୍କାର ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ।

ଲୋକମାନେ ପଏଣ୍ଟସ ଅଫ ସେଲ (ପିଓଏସ) ଓ ଇ-କମର୍ସ କାରବାର ବେଳେ ଲୋକମାନଙ୍କୁ ପୁରସ୍କାର ମିଳିବ । ତେବେ କେଉଁ ରୂପରେ ଏସବୁ ପୁରସ୍କାର ଦିଆଯିବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ପରବର୍ତ୍ତୀ କାଳରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ । ତେବେ ସ୍କ୍ରାଚ କାର୍ଡ ମାଧ୍ୟମରେ ବିଭିନ୍ନ ପରିମାଣର ଅର୍ଥ ପୁରସ୍କାର ଦିଆଯାଇପାରେ କିମ୍ବା କ୍ୟାସବାକ ଆକାରରେ ମିଳିବାର ସମ୍ଭାବନା ରହିଛି ।

Related Articles

Back to top button