ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ଇତିହାସ ଓ ବିବାଦ ଉପରେ ପର୍ଯ୍ୟବେଶିତ ଫିଲ୍ମ ‘୬୯୫’

ମୁମ୍ବାଇ:  ଏବେ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ ତାଙ୍କ ଆଗାମୀ ଫିଲ୍ମ ୬୯୫କୁ ନେଇ ବେଶ ଚର୍ଚ୍ଚା ସାଉଁଟିଛନ୍ତି । ଫିଲ୍ମଟି ଶ୍ରୀରାମ ଜନ୍ମଭୂମି ଇତିହାସ ଓ ବିବାଦ ଉପରେ ପର୍ଯ୍ୟବେଶିତ । ତେବେ ସେ କାହିଁକି ଏହାର ନାମ ୬୯୫ ଦେଲେ ତାହା ସ୍ପଷ୍ଟ ହୋଇନି । ଏହି ଫିଲ୍ମର ପ୍ରଥମ ପୋଷ୍ଟର ଇତି ମଧ୍ୟରେ ରିଲିଜ କରାଯାଇଛି । ୬୯୫ ଲେଖା ପଛକୁ ଭଗବାନ ରାମ ଧନୁତୀର ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଶାଦାନି ଫିଲ୍ମସ ବ୍ୟାନରରେ ଶ୍ୟାମ ଚାୱାଲାଙ୍କ ଦ୍ୱାରା ଏହି ଫିଲ୍ମ ନିର୍ମିତ ହେଉଛି । ଟାଇଟଲ ସମ୍ପର୍କରେ ପଚରାଯିବାରୁ ନିର୍ମାତା କହିଛନ୍ତି ଏହା ତ ଫିଲ୍ମର ରହସ୍ୟ ।

ଫିଲ୍ମର ଶୁଟିଂ ଚଳିତ ବର୍ଷ ମାର୍ଚ୍ଚରୁ ଆରମ୍ଭ ହେବ । ଏହାର ଅଧିକାଂଶ ଶୁଟିଂ ଅଯୋଧ୍ୟାରେ କରାଯିବ । ମଥୁରା, ବନାରସ, ଲକ୍ଷ୍ନୌରେ ମଧ୍ୟ କିଛି ଅଂଶ ଶୁଟିଂ କରାଯିବ । ସୂଚନାଯୋଗ୍ୟ, ରାମ ଜନ୍ମଭୂମି ଉପରେ ଅନେକ ନିର୍ମାତ ଫିଲ୍ମ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ଚୂଡାନ୍ତ ରୂପରେଖ କାହାର ପ୍ରସ୍ତୁତ ହୋଇପାରିନି । ଏହି ଦୌଡରେ ୬୯୫ ଆଗରେ ରହିଛି ।

Related Articles

Back to top button