ଭ୍ରଷ୍ଟାଚାର ମାମଲାରେ ପୂର୍ବତନ ଅର୍ଥ ସଚିବଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ମାମଲାରେ ସିବିଆଇ ଗୁରୁବାର ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ଦିଲ୍ଲୀ ଏବଂ ଜୟପୁରରେ ଗତ ୬ଘଣ୍ଟାରୁ ଏହି ଚଢ଼ାଉ ଜାରି ରହିଛି। ଏପର୍ଯ୍ୟନ୍ତ ଚଢ଼ାଉରେ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି। ଏହି ମାମଲାରେ ସିବିଆଇ ପକ୍ଷରୁ କୌଣସି ଔପଚାରିକ ବୟାନ ସାମ୍ନାକୁ ଆସି ନ ଥିବା ବେଳେ କୌଣସି ଗିରଫଦାରୀ ମଧ୍ୟ ହୋଇନାହିଁ। ସୂଚନାଯୋଗ୍ୟ, କରେନ୍ସି ମୁଦ୍ରଣ ପାଇଁ ଦିଆଯାଇଥିବା ଟେଣ୍ଡରରେ ଅରବିନ୍ଦ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ମାୟାରାମଙ୍କ ସହ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇର କେତେକ ଅଧିକାରୀଙ୍କ ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ରହିଛି। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଅରବିନ୍ଦ ମାୟାରାମ ଭାରତର ଅର୍ଥ ସଚିବ ଭାବେ କାର୍ଯ୍ୟରତ ଥିଲେ।

Related Articles

Back to top button