୨ ଓଡ଼ିଆ ହକି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ପୂର୍ବରୁ ୨ ଓଡ଼ିଆ ହକି ଖେଳାଳିଙ୍କୁ ପୁରସ୍କାର । ଭାରତୀୟ ଦଳର ୨ ଓଡ଼ିଆ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି । ଅମିତ ରୋହିଦାସ ଓ ନୀଲମ ସଂଜୀପ୍ ଖେସଙ୍କୁ ମିଳିବ ପୁରସ୍କାର ରାଶି । ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଭାରତୀୟ ହକି ଟିମରେ ସ୍ଥାନ ପାଇଛନ୍ତି ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସ। ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ରୋହିଦାସ ଭାରତୀୟ ହକି ଟିମରେ ଉପଅଧିନାୟକ ଅଛନ୍ତି । ମୋଟ୍ ୧୨୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଛନ୍ତି ରୋହିଦାସ । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି ।

Related Articles

Back to top button