ଉତ୍ତରପ୍ରଦେଶର ବାଗପତ ଠାକୁରଦ୍ୱାରରେ ଦବିଲା ଭୂଇଁ, ଘରେ ଫାଟ ଦେଖାଗଲା

ଲକ୍ଷ୍ନୌ : ଉତ୍ତରାଖଣ୍ଡର ଯୋଶୀମଠରେ ଭୂଇଁ ଦବିବା ପରେ ସ୍ଥାନୀମ ଲୋକ ଓ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛନ୍ତି । ଏହା ପରେ ବର୍ତ୍ତମାନ ଉତ୍ତର ପ୍ରଦେଶର ବାଗପତରେ ଜମି ଦବୁଥିବା ନେଇ ଖବର ସାମ୍ନାକୁ ଆସିଛି । ଜମି ଦବିବା ଫଳରେ କେତେକ ଘରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହା ପରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ଭାବେ ଯାଞ୍ଚ ପାଇଁ ପହଞ୍ଚିଛନ୍ତି ।

ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ଠାକୁରଦ୍ୱାର ଅଞ୍ଚଳରେ କେତେକ ଘରେ କିଛି ମାସ ପୂର୍ବରୁ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ସେତେବେଳେ ଲୋକମାନେ ଏହାକୁ ଗୁରୁତର ସହ ନେଇ ନଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ବର୍ତ୍ତମାନ ଚଟାଣ ଦବିବା ସହ ଘରର କାନ୍ଥରେ ଫାଟ ବଢିବାକୁ ଲାଗିଛି । ଏସବୁ ଦେଖି ସ୍ଥାନୀୟ ଲୋକ ଚଟାଣ ଖୋଳିବା ପରେ ମାଟ ତଳେ ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ପାଇଛନ୍ତି । ଲୋକଙ୍କ କହିବା ଅନୁସାରେ ସେଠାରେ ଗ୍ୟାସ ପାଇପଲାଇନ୍ ପାଇଁ ଖନନ ପରେ ପାମି ପାଇପ ଖରାପ ହୋଇ ଅନେକ ସ୍ଥାନରେ ଫାଟିବା ଆରମ୍ଭ କରିଛି । ଫଳରେ ମାଟି ତଳେ ଲଗାତାର ପାଣି ଲିକ୍ ହେଉଛି ଏବଂ ମାଟି ଦୁର୍ବଳ ହୋଇ ଧସିବାରେ ଲାଗିଛି ।

ଲୋକମାନେ ସେମାନଙ୍କ ଘରେ ଫାଟ ଦେଖାଯିବା ପରେ ସେହି ସ୍ଥାନ ଛାଡି ଚାଲିଯାଉଛନ୍ତି । ମ୍ୟୁନିସିପାଲିଟି ପ୍ରଶାସନକୁ ଜମି ଦବିବା ଏବଂ ଘର ଭିତରେ ଥିବା ଫାଟ ବିଷୟରେ ସୂଚନା ଦିଆଯାଇଛି । ଘରଗୁଡ଼ିକର ଅବସ୍ଥା ବିଷୟରେ ଯାଞ୍ଚ କରାଯିବ ବୋଲି ପୌରସଂସ୍ଥାର ଅଧିକାରୀ ରାଜେଶ ରାଣା କହିଛନ୍ତି । ଏଥି ସହିତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ) କହିଛନ୍ତି ଯେ ଜିଲ୍ଲାର ଠାକୁରଦ୍ୱାର ଅଞ୍ଚଳରେ ଚାରି ରୁ ପାଞ୍ଚଟି ଘରେ ଫାଟ ସୃଷ୍ଟି ହୋଇଛି । ପ୍ରଶାସନ ଏହି ଘଟଣାର ଅନୁସନ୍ଧାନ କରୁଛି । ଶୀଘ୍ର ଏହି ସମସ୍ୟାର କାରଣ ଏବଂ ସମାଧାନ ମିଳିବ ।

Related Articles

Back to top button