ଜାନୁଆରୀ ୩୧ରୁ ଚଳିତ ବର୍ଷ ସଂସଦ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ ରୁ ଆରମ୍ଭ ହେବ  ଚଳିତ ବର୍ଷ ସଂସଦ ଅଧିବେଶନ ।  ୨୦୨୩ ବଜେଟ୍ ଅଧିବେଶନ ଏପ୍ରିଲ ୬ ‌ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସମୁଦାୟ ୨୭ଟି ବୈଠକ ବସିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏହି ଅଧିବେଶନ ପ୍ରାୟ ୬୬ ଦିନ ପାଇଁ ହେବ । ଅମୃତ କାଳ ମହୋତ୍ସବ ମଧ୍ୟରେ ଆୟୋଜିତ ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ୟୁନିୟନ ବଜେଟ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ରହିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧ ଫେବୃଆରୀରୁ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ‌ପର୍ଯ୍ୟନ୍ତ ଚାଲିବ  ।  ଦ୍ୱିତୀୟ ଭାଗ ୧୩ ମାର୍ଚ୍ଚରୁ ଆରମ୍ଭ ହେବ । ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଏହି ଅଧିବେଶନ ଆରମ୍ଭ ହେବ।

Related Articles

Back to top button