‘ତାରକ ମେହେତା କା ଉଲଟା ଚଷମା’ର ଅଭିନେତା ସୁନୀଲ ହୋଲକରଙ୍କ ପରଲୋକ

ବମ୍ବେ: ଆଉ ନାହାନ୍ତି ‘ତାରକ ମେହେତା କା ଉଲଟା ଚଷମା’ ଫେମ ଅଭିନେତା ସୁନୀଲ ହୋଲକର। ୪୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ଦୀର୍ଘଦିନରୁ ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ଏହି ଖବର ଜଣାପଡ଼ିବା ପରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

ଜାନୁୟାରୀ ୧୨ରେ ସୁନୀଲଙ୍କ ନିଧନ ହୋଇଥିବା ବେଳେ ଶୁକ୍ରବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଶେଷ ଥର ଲାଗି ତାଙ୍କୁ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଗୋଷ୍ଟ ଏକା ପୈଠାଣାଚୀ’ରେ ଦେଖାଯାଇଥିଲା। ସୁନୀଲ ୧୨ ବର୍ଷ ବୟସରେ ଥିଏଟର ସହ ଯୋଡ଼ି ହୋଇଥିଲେ। ସେ ଅନେକ ଟେଲିଭିଜନ ଧାରାବାହିକ ସହ ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କାମ କରିଥିଲେ।

Related Articles

Back to top button