୨୪ ଘଣ୍ଟିଆ ଅକ୍ସିଜେନ ସପୋର୍ଟରେ ଲଳିତ ମୋଦି

ମୁମ୍ବଇ: ଲଳିତ ମୋଦି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ୨୪ ଘଣ୍ଟିଆ ଅକ୍ସଜେନ ସପୋର୍ଟରେ ରଖାଯାଇଛି ।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଏୟାର ଲିଫ୍ଟିଂ ହୋଇଥିଲେ ।   ଲଳିତ ନିଜେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ସେ ଡାକ୍ତରଖାନା ବିଛଣାରୁ ତାଙ୍କର କିଛି ଫଟୋ ସେୟାର କରିବା ସହ ଲେଖିଛନ୍ତି, ୨ ସପ୍ତାହରେ ୨ ଥର କୋଭିଡରେ ପଡିଥିଲେ । ଏହା ସହିତ ଜର ଏବଂ  ପରେ  ନିମୁନିଆରେ ଆକ୍ରାନ୍ତ ହୋଇଥିଲେ । ୩ ସପ୍ତାହ କ୍ୱାରେଣ୍ଟିନରେ ରହିବା ପରେ ତାଙ୍କୁ ଏୟାର ଲିଫ୍ଟିଂରେ ଲଣ୍ଡନ ଫେରିଥିଲେ । ଏୟାରଲିଫ୍‌ଟିଂରେ ୨ ଜଣ ଡାକ୍ତରଙ୍କ ସହ ତାଙ୍କର ପୁଅ ଥିଲେ । ଫ୍ଲାଇଟରେ ଖୁବ ଭଲରେ ସେ ଆସି ଲଣ୍ଡନରେ ପହଞ୍ଚିଥିଲେ ବୋଲି ଲେଖିଛନ୍ତି । ତାଙ୍କର ଏହି ଏୟାର ଲିଫ୍ଟିଂ ପାଇଁ ଏବଂ ଚିକିତ୍ସା ସୁବିଧା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟଏକ ପୋଷ୍ଟରେ ସେ ଡାକ୍ତରଙ୍କୁ ଧନ୍ୟବାଦ ଦେଇ ତାଙ୍କୁ ଦୁଇ ଜୀବନରକ୍ଷକ ବୋଲି ସମ୍ବୋଧନ କରିଛନ୍ତି । ଏହି ଦୁଇ ଡାକ୍ତର ୩ ସପ୍ତାହ ଧରି ତାଙ୍କର ଦେଖାଶୁଣା କରିବା ସହ ଖୁବ ଯତ୍ନ ନେଇଥିଲେ । ଜଣେ ତାଙ୍କୁ ମେକ୍ସିକୋ ସିଟିରେ ଖୁବ ସେବା ଯତ୍ନ କରିଥିଲେ ।  ଅନ୍ୟଜଣେ ତାଙ୍କର ଲଣ୍ଡନ  ଡାକ୍ତର । ଯିଏକି ମେକ୍ସିକୋ ସିଟିରୁ ତାଙ୍କ ସହ ଲଣ୍ଡନ ଫେରିବା ପର୍ଯ୍ୟନ୍ତ ଥିଲେ । ଉଭୟଙ୍କୁ ଧନ୍ୟବାଦ ଦେଇ ଲଳିତ ମୋଦି ଲେଖିଛନ୍ତି, ‘ଉଭୟଙ୍କୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଭାଷା ନାହିଁ । ବହୁ ମୂଲ୍ୟବାନ ସମୟ ସେମାନେ ମୋ ପାଇଁ ଦେଇଛନ୍ତି’ ବୋଲି ସୋସିଆଲ ମିଡ଼ିଆରେ ଲେଖିଛନ୍ତି । ତେବେ ତାଙ୍କୁ ସୁସ୍ଥ ହେବା ପାଇଁ ସମୟ ଦରକାର ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି ।

ଏଠି କହିରଖିବୁ, IPL ଫାଉଣ୍ଡର ଲଳିତ ମୋଦି ଗତବର୍ଷ ଟୁଇଟର ଏବଂ ଇନଷ୍ଟାରେ ସୁସ୍ମତା ସେନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଘୋଷଣା କରିଥିଲେ ।

Related Articles

Back to top button