ଫେବୃଆରୀ ୨୩ରେ ‘ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌’

ଭୁବନେଶ୍ବର : ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡ଼ିଶା ହୋଟେଲ ଆଣ୍ଡ୍‌ ରେସ୍ତୋରାଁ ସଂଘ ପକ୍ଷରୁ ୫ମ ‘ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌’ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ବର ସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲଠାରେ ଫେବୃଆରୀ ୨୩ରେ ‘ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌’ର ଏହି ୫ମ ସଂସ୍କରଣର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କୁମାର ଦେବ ଯୋଗଦେବେ।

‘ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌’ରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରୁ ଅନେକ ବିଶେଷଜ୍ଞ ଟ୍ରାଭେଲ ଏଜେଣ୍ଟ,ଟୁର୍‌ ଅପରେଟର, ଅନ୍ତର୍ଜାତୀୟ ଏୟାରଲାଇନ୍ସ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରର କର୍ତ୍ତୃପକ୍ଷମାନେ ଅଂଶଗ୍ରହଣ କରିବେ ବୋଲି ଓଡ଼ିଶା ହୋଟେଲ ଆଣ୍ଡ୍‌ ରେସ୍ତୋରାଁ ସଂଘ ଏବଂ ଆଇଏଟିଓ ପୂର୍ବାଞ୍ଚଳ କ୍ଷେତ୍ରର ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି। ବିଗତ ୪ ବର୍ଷ ହେବ ରାଜ୍ୟ ପର୍ଯ୍ୟଟନ ବିଭାଗ ‘ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌’କୁ ସକ୍ରିୟ ଭାବେ ସମର୍ତନ କରିଥିବାରୁ ଶ୍ରୀ ମହାନ୍ତି ଧନ୍ୟବାଦ ଦେଇଛନ୍ତି।

Related Articles

Back to top button