ଶ୍ରୀଲଙ୍କା ଯାଉଥିବା ଭାରତୀୟମାନଙ୍କ ପାଇଁ ମାନିବାକୁ ପଡ଼ିବ କରୋନା ପ୍ରୋଟକଲ

କଲମ୍ବୋ: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ପ୍ରକାଶ ପାଇଛି। ସମସ୍ତ ଦେଶ ଏଥିରୁ ବର୍ତ୍ତିବା ପାଇଁ କଡ଼ା ନିୟମ ଲାଗୁ କରୁଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ମଧ୍ୟ ଏହାର କରୋନା ନିୟମକୁ କଡ଼ାକଡ଼ି କରିଛି। ଶନିବାର ଭାରତୀୟ ଦୂତାବାସ କହିଛି, ଶ୍ରୀଲଙ୍କା ଯାତ୍ରା କରୁଥିବା ଭାରତର ସମସ୍ତ ନାଗରିକଙ୍କୁ ଦେଶର ସଂଶୋଧିତ କରୋନା ପ୍ରୋଟକଲକୁ ଅନୁସରଣ କରିବାକୁ ପଡ଼ିବ।

ଶ୍ରୀଲଙ୍କାର ନୂତନ କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ, ଶ୍ରୀଲଙ୍କା ଯାତ୍ରା କରୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ଟିକାକରଣ କାର୍ଡ ନେବା ଆବଶ୍ୟକ। ଏଥିସହ ଯେଉଁ ଯାତ୍ରୀମାନେ ଟିକା ଗ୍ରହଣ କରିନାହାନ୍ତି ସେମାନେ ଦେଶରେ ପ୍ରବେଶ କରିବାର ୭୨ ଘଣ୍ଟା ପୂର୍ବରୁ ଏକ ନକାରାତ୍ମକ ପିସିଆର ରିପୋର୍ଟ ଦେଖାଇବାକୁ ବାଧ୍ୟ।

ସୂଚନାଯୋଗ୍ୟ, ୭ ଡିସେମ୍ବର ୨୦୨୨ରେ ଶ୍ରୀଲଙ୍କା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କରୋନା ଟିକାକରଣ ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତାକୁ ହଟାଇ ଦେଇଥିଲା। ଏଥି ସହିତ ପ୍ରି-ବୋର୍ଡିଂ ନେଗେଟିଭ କରୋନା ପରୀକ୍ଷା ପରି ନିୟମ ବି ହଟାଇ ଦେଇଥିଲା। କିନ୍ତୁ କରୋନା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଦେଶ ପୁଣିଥରେ ନୂଆ ନିୟମ ଲାଗୁ କରିଛି। ସଂଶୋଧିତ କରୋନା ନିର୍ଦ୍ଦେଶାବଳୀ ଶୁକ୍ରବାରଠାରୁ କାର୍ଯ୍ୟକାରୀ ହୋଇଛି।

Related Articles

Back to top button