ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ଜିଲା ଖଡିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ

ଖଡିଆଳ: ଭିଜିଲାନ୍ସ ଜାଲରେ ନୂଆପଡା ଜିଲା ଖଡିଆଳ ବିଡିଓ ନାରାୟଣ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସମ୍ବଲପୁର ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବିଡିଓଙ୍କ ବରଗଡସ୍ଥିତ ଭଡା ଘର, ବଲାଙ୍ଗୀର ଲୋଇସିଂହା, ବ୍ଲକ୍‌ ପୈତୃକ ଗାଁ କୁଶମେଲ, ଖଡିଆଳ ସରକାରୀ ବାସଭବନ ଏବଂ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଜାରି ରହିଛି। ଭିଜିଲାନ୍ସ ବିଭାଗର ୩ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସ୍‌ଆଇ ଏହି ଚଢାଉରେ ସାମିଲ ଥିବା ଜଣାପଡିଛି।

Related Articles

Back to top button