ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ସହର ବନ୍ଦ

କେନ୍ଦ୍ରାପଡ଼ା ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ସହରକୁ ମଙ୍ଗଳବାର ବନ୍ଦ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ସହରର ସମସ୍ତ ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ସହର ଓ ଆଖପାଖ ୮ ପଞ୍ଚାୟତରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ୩୦ରୁ ଉର୍ଦ୍ଧ୍ଵ ଛକରେ ଟାୟାର ଜାଳି ଓ ରାସ୍ତା ଅବରୋଧ କରି ଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏପରିକି କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ତିନିମୁହାଣୀ ଛକକୁ ବନ୍ଦ କରାଯାଇଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଉକ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ଖଡ଼ଇଙ୍ଗଠାରେ ଥିଲା। ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଗତ ୯ତାରିଖରେ ୫କି.ମି. ଦୂର ସହର ନିକଟସ୍ଥ ସାମଗୁଡ଼ିଆଠାରେ ନବ ନିର୍ମିତ ମାତୃ ଶିଶୁ ମଙ୍ଗଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ପୁରୁଣା ଚିକିତ୍ସାଳୟର ଭିତ୍ତିଭୂମିରେ ୧୬୫ ଶଯ୍ୟା ବିଶିଷ୍ଟ ରହିଥିଲା। ଏହି ଭିତ୍ତିଭୂମିକୁ ସିଟି ହସ୍ପିଟାଲରେ ପରିଣତ କରି ଜିଲାବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କ୍ରିୟାନୁଷ୍ଠାନ କମିଟି ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଏହାକୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ସିଟି ହସ୍ପିଟାଲରେ ପରିଣତ କରିବା ପାଇଁ କମିଟି ପକ୍ଷରୁ ଆନ୍ଦୋଳନକୁ କରାଯାଇଛି।

Related Articles

Back to top button