ସାଲିଆ ସାହିରେ ଜଣଙ୍କୁ ହତ୍ୟା, ୨ ଗୁରୁତର
ଭୁବନେଶ୍ବର: ରାଜଧାନୀର ସାଲିଆ ସାହିର ଆଦିବାସୀ ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ବଚସାକୁ ନେଇ ଦୁଇ ପରିବାର ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା। ଖବର ପାଇ ମୈତ୍ରୀ ବିହାର ଥାନା କର୍ତ୍ତୃପକ୍ଷ ତଦନ୍ତ ଚଲିଛି। ଗୁରୁତର ଅବସ୍ଥାରେ ୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ନାଁ ସୁଶୀଲ ହେମ୍ବ୍ରମ। ତାଙ୍କ ଘର ସାଲିଆ ସାହିରେ ବୋଲି ଜଣାଯାଇଛି। ଠେଙ୍ଗା ମାଡ଼ରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି।