ବିଶ୍ୱକପ୍ ହକି ମ୍ୟାଚ୍ ଟିକେଟ୍ କଳାବଜାରୀ ପାଇଁ ୫ ଜଣ ଗିରଫ
ଭୁବନେଶ୍ୱର: ଚଳିତ ଥର ହକି ବିଶ୍ୱକପ୍ ଓଡିଶାରେ ଅନୁଷ୍ଟିତ ହୋଇଛି । ଯାହାକୁ ନେଇ ଭୁବନେଶ୍ୱର ଠାରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ସବୁଠି ହକିର ଚର୍ଚ୍ଚା ହୋଉଛି । ଏଥିସହିତ ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ଭିଡ ମଧ୍ୟ ଜମୁଥିବା ଦେଖିବାକୁ ମିଳିଛି। ଯାହାର ଫାଇଦା ଉଠାଇଛନ୍ତି କିଛି ଖଳ ପ୍ରବୃତ୍ତିର ଲୋକ । ତେବେ ସେମାନେ ଚିକେଟର କଳାବଜାରୀ କରୁଥିବା ଜଣାପଡିଛି । ଫଳରେ ଏହି ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ସହିଦ୍ ନଗରଠାରେ କିଛି ବ୍ୟକ୍ତି ହକି ବିଶ୍ୱକପ୍ ଟିକେଟ୍ କଳାବଜାରୀ କରୁଥିଲେ । ଫଳରେ ଏହି ମାମଲାରେ ସହିଦନଗର ଥାନା ପୋଲିସ୍ ଏହି ୫ ଜଣଙ୍କୁ ଗିରଫ କରିଛି । ତେବେ ସେମାନେ ୧୦୦ ଟଙ୍କା ଟିକେଟକୁ ୧୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ୨୦୦ ଟଙ୍କିଆ ଟିକେଟକୁ ୨୦୦୦ ଏବଂ ଏବଂ ୫୦୦ ଟଙ୍କିଆ ଟିକେଟକୁ ୪୦୦୦ ଟଙ୍କାରେ ବିକ୍ରି କରୁଥିଲେ । ଏଥିସହିତ ଏହି ୫ ଜଣ ଚଢା ଦରରେ ଟିକେଟ୍ ବିକିବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ମଧ୍ୟ ଦେଇଥିଲେ । ଯାହାକି ସେମାନଙ୍କୁ ମହଙ୍ଗା ପଡିଛି । ଫଳରେ ଏହି ଘଟଣା ବିଷୟରେ ପୋଲିସ ଖବର ପାଇଁ ୫ ଜଣ ଟୁକେଟ୍ ଦଲାଲଙ୍କୁ ଗିରଫ କରିଛି ।