ଫଟୋ ଭାଇରାଲ ଅଭିଯୋଗରେ ରାଖୀ ସାୱନ୍ତ ଗିରଫ

ମୁମ୍ବାଇ: ଗୁରୁବାର ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ଆମ୍ବୋଲି ପୋଲିସ ରାଖୀଙ୍କୁ ଗିରଫ କରିଛି। ଅଭିନେତ୍ରୀ ଶାର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ପୋଲିସ ରାଖୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିଛି ସମୟ ପରେ ପୋଲିସ ରାଖୀଙ୍କୁ ଅନ୍ଧେରି କୋର୍ଟରେ ହାଜର କରିବ।

କିଛି ଦିନ ପୂର୍ବରୁ ରାଖୀ ଶାର୍ଲିନଙ୍କ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏନେଇ ଶାର୍ଲିନ ରାଖୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଶାର୍ଲିନଙ୍କ ଅଭିଯୋଗ ପରେ ଆମ୍ବୋଲି ପୋଲିସ ରାଖୀଙ୍କୁ ଗିରଫ କରିଛି।

ରାଖୀଙ୍କ ଗିରଫ ଖବର ଶାର୍ଲିନ ବିଷୟରେ ସୂଚନା ଦେଇ ଶାର୍ଲିନ କହିଛନ୍ତି, ବ୍ରେକିଙ୍ଗ ନ୍ୟୁଜ … FIR 883/2022 ସଂପର୍କରେ ଆମ୍ବୋଲି ପୋଲିସ ରାଖୀ ସାୱନ୍ତଙ୍କୁ ଗିରଫ କରିଛି।

ଆଜିକାଲି ରାଖୀ ସାୱନ୍ତ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ତାଙ୍କ ବିବାହ ଏବଂ ମା’ଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ତାଙ୍କ ପ୍ରେମିକ ଆଦିଲ ଖାନ ବିବାହକୁ ଅସ୍ବୀକାର କରିଥିଲେ। ତେବେ ବହୁ ବିବାଦ ପରେ ସେ ଏହି ବିବାହକୁ ସ୍ବୀକାର କରିଥିଲେ।

Related Articles

Back to top button