ଶିବସେନା ନେତା ଦୀପକ ସାୱନ୍ତଙ୍କ କାର୍‌କୁ ଧକ୍କା ଦେଲା ଡମ୍ପର

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଶିବସେନା ନେତା ଦୀପକ ସାୱନ୍ତ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି। ମୁମ୍ବାଇର ଘୋଡବନ୍ଦର ରାଜପଥରେ ତାଙ୍କ କାର୍‌କୁ ଏକ ଡମ୍ପର ଧକ୍କା ଦେଇଛି। ଏଥିରେ ସେ ଆହତ ହୋଇଛନ୍ତି। ଡ୍ୟୁଟିରେ ଥିବା ଟ୍ରାଫିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ସାୱନ୍ତଙ୍କ କାର୍‌ର ପଛ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସମୟରେ ଇରଶାଦ ଖାନ ନାମକ ଡମ୍ପରର ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Related Articles

Back to top button