ରିଲିଜ୍‌ ଆଗରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ୧୨ କୋଟି ରୋଜଗାର କଲା ଶାହରୁଖଙ୍କ ‘ପଠାନ’

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’କୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ମଧ୍ୟରେ ଫିଲ୍ମ ଆସନ୍ତା ୨୫ରେ ରିଲିଜ୍‌ ହେଉଛି। ଦର୍ଶକ ଏହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବିଦେଶରେ ‘ପଠାନ’ ଆଡଭାନ୍ସ ଟିକେଟ୍‌ ବୁକିଂରେ ବମ୍ପର ରୋଜଗାର କରିଛି। ଭାରତରେ ଏହି ଚଳଚ୍ଚିତ୍ର ପାଇଁ ଆଡ୍‌ଭାନ୍ସ ଟିକେଟ୍‌ ବୁକିଂ ଗୁରୁବାରଠାରୁ ଆରମ୍ଭ ହୋଇଛି। ସିନେମାର ଆଡ୍‌ଭାନ୍ସ ବୁକିଂରୁ ୧୨ କୋଟି ଟଙ୍କା ରୋଜଗାର ହୋଇଛି। ତେବେ ଶାହରୁଖଙ୍କ ‘ପଠାନ’ ବକ୍ସ ଅଫିସରେ ଉଦ୍‌ଘାଟନୀ ଦିନରେ ରେକର୍ଡ ସୃଷ୍ଟି କରିପାରିବ ବୋଲି କୁହାଯାଉଛି।

Related Articles

Back to top button