ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ୨ଟି ବିସ୍ଫୋରଣ, ୬ଜଣ ଆହତ

ଜମ୍ମୁ: ଗୋଟେ ପରେ ଗୋଟେ ବିସ୍ପୋରଣ ଜମ୍ମୁ ନରୱାଲ ଅଞ୍ଚଳରେ ଘଟିଚାଲିଛି । ଏହି ବିସ୍ଫୋରଣରେ ୬ଜଣ ଲୋକ ଆହାତ ହୋଇଥିବା କଥା ସାମ୍ନାକୁ ଆସିଛି । ଏହା ନରୱାଲ ଟ୍ରାଂସପୋର୍ଟ ନଗରର ୱାର୍ଡ ନମ୍ବର ୭ରେ ଘଟିଛି । ଘଟଣାସ୍ଥଳରେ ଜମ୍ମୁ ଜୋନର ଏଡିଜିପି ମୁକେଶ ସିଂହଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ପହଁଚିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଜାମ୍ମୁ-କାଶ୍ମୀରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଉପରେ ହାଇ ଆର୍ଲଟ ଜାରି କରାଯାଇଥିବା ସମୟରେ ଏପରି ବିସ୍ପୋରଣ ଘଟିଛି ।

ପୋଲିସ ସୂଚନା ଦେଇ କହିଛନ୍ତି ଯେ, ଯେଉଁଠାରେ ବିସ୍ଫୋରଣ ଘଟିଛି ସେହି ନିକଟରେ କବାଡି ଦୋକାନ ରହିଛି । ଏହି କବାଡି ଦୋକାନରେ ଥିବା ବିସ୍ଫୋରକ ସାମଗ୍ରୀ ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି । ତେବେ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ବିସ୍ଫୋରଣର କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ପୁଣି ଅନୁମାନ କରାଯାଉଛି ଯେ, ପୂରୁଣା ଗାଡିରେ ଆଇଇଡି ଲଗାଇ ଏପରି ଦୁର୍ଘଟଣା ଘଟିଛି ।

ଏହି ୬ଜଣ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁ ରହିଛି । ତେବେ ଏହି ବିସ୍ଫୋରଣ ସେତେବେଳେ ଘଟିଛି ଯେତେବେଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଚାଲିଛି ଏବଂ ଆଗକୁ ସାଧାରଣ ତନ୍ତ୍ର ଦିବସ ଆସୁଛି । ସେଥିପାଇଁ ସୁରକ୍ଷା କର୍ମୀ ହାଇଆର୍ଲଟରେ ରହିଛନ୍ତି ।

Related Articles

Back to top button