ଷ୍ଟାର ବିବାଦ: ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ନାଁରେ ମାନହାନୀ କେସ୍‌ କଲେ ନୋରା ଫତେହୀ

ମୁମ୍ବାଇ: ପୁଣି ଅଡ଼ୁଆରେ ଛନ୍ଦି ହୋଇଗଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ବଲିଉଡ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କରିଛନ୍ତି ।

ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଏହି ଦୁଇଜଣ ଷ୍ଟାରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାର୍ଚ୍ଚ ୨୫ରେ ହେବ ବୋଲି ଜଣାପଡିଛି । ନୋରା ଦିଲ୍ଲୀର ଏହି କୋର୍ଟରେ ନାୟିକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଓ କିଛି ମିଡିଆ ସଂଗଠନ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି । ଏବେ ଏହି ମାମଲାର ଆଗାମୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । ଠକ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାକୁ ନେଇ ନୋରା ଫତେହି ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଖୁବ ଚର୍ଚ୍ଚାରେ ଥିଲେ ।

Related Articles

Back to top button