ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣା: ମୃତକଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ସହ ୩ ଜଣ ଗିରଫ

ଖୋର୍ଦ୍ଧା : ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣା । ମୃତକଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକ ଜଣକ ହେଲେ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ମନୋରଞ୍ଜନ ମହାପାତ୍ର।

ସୂଚନା ଅନୁଯାୟୀ, ଗତକାଲି ସକାଳେ ସ୍ଥାନୀୟ ଲୋକ ହରିପୁର ଜଙ୍ଗଲ ଭିତରକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ । ସନ୍ଦେହରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିଥିଲା ।  ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button