ବଢୁଛି ପାରଦ: ଆଜି ୪ ସହରରେ ତାପମାତ୍ରା ୩୩ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାରଦ ଉପର ମୁହାଁ ରହିଛି । ଶୀତ ନଥିବା ବେଳେ ଦିନ ବେଳା ଟାଣ ଖରା ହେଉଛି । ଆଜି ରାଜ୍ୟର ୪ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ବେଳେ ୧୨ଟି ସ୍ଥାନରେ ପାରଦ ୩୨ ଡିଗ୍ରୀ ଡେଇଁଛି ।

ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୩.୫ ଡିଗ୍ରୀ, ଝାରସୁଗୁଡାରେ ୩୩.୨ ଡିଗ୍ରୀ, ନୟାଗଡ଼ରେ ୩୩.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୩୨.୭ ଡିଗ୍ରୀ, ଭବାନୀପାଟଣାରେ ୩୨.୫ ଡିଗ୍ରୀ, ସୋନପୁରରେ ୩୨.୫ ଡିଗ୍ରୀ, ଟିଟଲାଗଡରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିଭଳି ହୀରାକୁଦରେ ପାରଦ ୩୨.୧ ଡିଗ୍ରୀ, ଭଦ୍ରକରେ ୩୨.୦ ଡିଗ୍ରୀ, ମାଲକାନଗିରିରେ ୩୨.୦ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ୩୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Related Articles

Back to top button