ମହିଳା କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ ୨ ବିମାନଯାତ୍ରୀ

ନୂଆଦିଲ୍ଲୀ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଆସୁଥିବା ସ୍ପାଇସଜେଟରେ ମହିଳା କ୍ରିଉ ମେମ୍ବରଙ୍କୁ ଯାତ୍ରୀ ଜଣଙ୍କ ଦୁର୍ବ୍ୟବହାର ଦେଖାଇଥିଲେ । ସେହି ସମୟର ଏକ ଭିଡିଓ ବି ସୋସିଆଲ୍‌ ମିଡିଆରେ ଖୁବ୍  ଭାଇରାଲ୍‌ ହେବାରେ ଲାଗିଛି।

ତେବେ ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯାତ୍ରୀ ଜଣଙ୍କ ଦିଲ୍ଲୀ ଜାମିଆ ନଗରର ଅବସର ଆଲାମ ବୋଲି ଜଣାପଡ଼ିଛି । ଅବସରଙ୍କ ସହ ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଥିଲେ ।

ମିଳିଥିବା ସୂଚନାନୁଯାୟୀ ବୋର୍ଡିଂ ସମୟରେ ଗତକାଲି ଜଣେ ଯାତ୍ରୀ କ୍ୟାବିନ କର୍ମଚାରୀଙ୍କୁ ହଇରାଣ କରିଥିଲେ । ଫଳରେ କ୍ୟାବିନ ସଦସ୍ୟ ଜଣଙ୍କ କାନ୍ଦି ପକାଇଥିଲେ। ଏହି କାରଣ ପାଇଁ ସମ୍ପୃକ୍ତ ଯାତ୍ରୀ ଏବଂ ତାଙ୍କର ଅନ୍ୟ ଜଣେ ସହଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା।

ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ କରିବା ପାଇଁ ସ୍ପାଇସ ଜେଟ୍‌ ବିମାନରେ ଚଢ଼ିଥିବା ୨ ଜଣ ଯାତ୍ରୀଙ୍କୁ ଆଜି ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯିବା ପରେ ଏ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Related Articles

Back to top button