କେରଳରେ ନୋରୋଭାଇରସ୍ ଆତଙ୍କ: ଏର୍ଣ୍ଣାକୁଲମର ବିଦ୍ୟାଳୟରେ ୧୯ ଛାତ୍ର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ବିପଦ ମଧ୍ୟରେ ଦେଶରେ ନାରୋଭାଇରସ୍ ଚିନ୍ତା ବଢାଇ ଦେଇଛି। କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଗୋଟିଏ ବିଦ୍ୟାଳୟର ୧୯ ଜଣ ଛାତ୍ର ନାରୋଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣା ପଡିଛି। ଏହି ବିଦ୍ୟାର୍ଥୀମାନଙ୍କର କିଛି ଅଭିଭାକମାନେ ମଧ୍ୟ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କାରେ ସେମାନଙ୍କର ନମୁନା ପରୀକ୍ଷା କରାଯାଉଛି।

ସଂକ୍ରମଣ ବଢିବା ଆଶଙ୍କାରେ ସ୍କୁଲ୍ କତ୍ତୃପକ୍ଷମାନେ ଅନ୍‌ଲାଇନ୍ କ୍ଲାସ୍ ଆରମ୍ଭ କରିଛନ୍ତି। ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ ପାଠପଢା ବନ୍ଦ କରାଯାଇଛି। ତେବେ ସତର୍କତା ମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଦିଆଯାଇଛି।

ନୋରୋଭାଇରସ୍ ସାଧାରଣତ ସୁସ୍ଥ ଲୋକଙ୍କ ଉପରେ ସାମାନ୍ୟ ପ୍ରଭାବ ପକାଇଥାଏ । ଯଦିଓ, ଛୋଟ ପିଲା ଏବଂ ବୃଦ୍ଧ ବ୍ୟକ୍ତି ସଂକ୍ରମିତ ହେଲେ ସ୍ୱାସ୍ଥ୍ୟ ଗୁରୁତର ହୋଇପାରେ । ଏହି ଜୀବାଣୁ ସ୍ୱେରେଜ୍ ମାଧ୍ୟମରେ ବ୍ୟାପିଥାଏ ଏବଂ ଏହା ମଧ୍ୟ ସଂକ୍ରାମକ ଅଟେ । ଏଭଳି ପରିସ୍ଥିତିରେ ଏହାକୁ ହାଲୁକା ଭାବେ ଗ୍ରହଣ କରିବାର ପରିଣାମ ଭୟଙ୍କର ହୋଇପାରେ ।

ନୋରୋଭାଇରସ୍ ଏକ ଅତ୍ୟଧିକ ସଂକ୍ରାମକ ଜୀବାଣୁ ଯାହାକୁ ‘ଷ୍ଟୋମାକ ଫ୍ଲୁ’ ବା ‘ଶୀତ ବାନ୍ତି’ ମଧ୍ୟ କୁହାଯାଏ । ଦୂଷିତ ଖାଦ୍ୟ, ଜଳ ଏବଂ ଭୂମି ପୃଷ୍ଠରେ ଏହି ଜୀବାଣୁ ବିସ୍ତାର ହୋଇପାରେ । ଏହାର ପ୍ରସାରର ସବୁଠାରୁ ବଡ ମାଧ୍ୟମ ହେଉଛି ମୁଖ-ବା ପାଟି । ଏହା ସବୁ ବୟସର ଲୋକଙ୍କୁ ସଂକ୍ରମିତ କରେ । କ୍ରୁଜ୍ ଜାହାଜ, ନର୍ସିଂହୋମ, ଛାତ୍ରାବାସ ଏବଂ ଅନ୍ୟାନ୍ୟ ସୀମିତ ସ୍ଥାନରେ ଏହି ରୋଗ ସାଧାରଣତଃ ଦେଖାଯାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ତଥ୍ୟ ଦର୍ଶାଉଛି ଯେ ନୋରୋଭାଇରସ୍ ସଂକ୍ରମଣ ଅନ୍ତନଳୀ ପ୍ରଦାହ, ପୁଷ୍ଟିହୀନତା ସହିତ ଜଡିତ । ଏହା ମଧ୍ୟ ଦୀର୍ଘକାଳୀନ ରୋଗର କାରଣ ହୋଇପାରେ । ପ୍ରତିବର୍ଷ ପ୍ରାୟ ୬୮୫ ନିୟୁତ ନୋରୋଭାଇରସ୍ ରୋଗ ହୁଏ ବୋଲି ବିଶ୍ୱାସ କରାଯାଏ, ସେଥିମଧ୍ୟରୁ ୨୦୦ ନିୟୁତ ୫ ବର୍ଷରୁ କମ୍ ପିଲାମାନଙ୍କଠାରେ ରିପୋର୍ଟ କରାଯାଇଥାଏ ।

ନରୋଭାଇରସ୍ ର ଲକ୍ଷଣଗୁଡିକ କ’ଣ?
ଝାଡ଼ା, ବାନ୍ତି, ମୁଣ୍ଡ ବୁଲାଇବା ଏବଂ ପେଟରେ ପ୍ରବଳ ଯନ୍ତ୍ରଣା ହେଉଛି ମୁଖ୍ୟ ଲକ୍ଷଣ । ଏହା ବ୍ୟତୀତ ଅନେକ ରୋଗୀଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀରର ଯନ୍ତ୍ରଣା ମଧ୍ୟ ଦେଖିବାକୁ ମିଳିଛି । ଜୀବାଣୁ ଶରୀରରେ ପ୍ରବେଶ କରିବା ପରେ ୧୨ ରୁ ୪୮ ଘଣ୍ଟା ମଧ୍ୟରେ ସଂକ୍ରମଣ ବ୍ୟାପିଥାଏ । ଜୀବାଣୁ ସଂକ୍ରମିତ ବ୍ୟକ୍ତି ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ବାନ୍ତି କରନ୍ତି ।

Related Articles

Back to top button