ଭୁବନେଶ୍ୱରରେ ‘ପଠାନ’ ଫିଲ୍ମକୁ ବିରୋଧ କଲା କଳିଙ୍ଗ ସେନା ବାହିନୀ

ଭୁବନେଶ୍ୱର: ଦୀର୍ଘ ୪ ବର୍ଷ ପରେ ସୁପର ଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଆଜି ରିଲିଜ୍ ହୋଇଛି। ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖି ଖୁସୀରେ ଝୁମୁଛନ୍ତି ଫ୍ୟାନ୍। ସିନେମା ହଲ୍ ବି ଫୁଲ୍। ଭୁବନେଶ୍ୱରରେ ମହାରାଜ ସିନେମା ହଲରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଆଜି ମର୍ନିଙ୍ଗ୍ ଶୋ’ ହାଉସ ପୁଲ୍ ଯାଇଥିଲା ଏବଂ ଭୁବନେଶ୍ୱର ସହିତ ଅନ୍ୟ ହଲଗୁଡ଼ିକରେ ସିନେମାର ସବୁ ଶୋ’ ହାଉସ ଫୁଲ୍ ରହିଛି।

ଶାହରୁଖଙ୍କ ଫିଲ୍ମ ‘ପଠାନ’ ରେକର୍ଡ ସୁଷ୍ଟି କକରୁ ବୋଲି କାମନା କରି ବୋଲି SRK ଫ୍ୟାନ୍‌ କ୍ଲବ ଖୁସୀରେ କେକ୍‌ ବି କାଟିଛି। ହେଲେ ଏପଟେ ଫିଲ୍ମକୁ ନେଇ ବିରୋଧ ତେଜିବାରେ ଲାଗିଛି। ବିହାର, ୟୁପି ଓ ଆସାମ୍‌ରେ ପୂର୍ବରୁ ଫିଲ୍ମକୁ ନେଇ ବିରୋଧ କରାଯାଉଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଫିଲ୍ମକୁ ତୀବ୍ର ବିରୋଧ କରାଯାଇଛି।

ଭୁବନେଶ୍ୱରର କେଶରୀ ସିନେମା ହଲ୍‌ରେ ଫିଲ୍ମକୁ ଜୋରଦାର ବିରୋଧ କରାଯାଇଛି। ମୁଭିକୁ ବିରୋଧ କରି କଳିଙ୍ଗ ସେନା ବାହିନୀ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ପଠାନ୍ ଡାଉନ୍‌ ଡାଉନନ୍ ନାରା ଦେବା ସହ ଶାହରୁଖ ଓ ଦୀପିକା ବିରୋଧରେ ହାୟ ହାୟ ନାରା ଦେଇଛି ସଂଗଠନ।

କେବଳ ସେତିକି ନୁହେଁ, ଫିଲ୍ମର ପୋଷ୍ଟର ଚିରିବା ସହ ଫିଲ୍ମରେ ଥିବା ଅଶ୍ଳୀଳ ଗୀତ ଏବଂ ନାଚକୁ ନେଇ କଳିଙ୍ଗ ସେନା ଘୋର ବିରୋଧ କରିଛି।  କେସରୀ ଟକିଜ୍‌ରେ ଲାଗିଥିବା ପୋଷ୍ଟରଗୁଡିକୁ ଆନ୍ଦୋଳନକାରୀମାନେ ରିରୁଥିବାର ଦେଖିବାକୁ ମିଳିିଛି।

Related Articles

Back to top button