ଭାରତୀୟ ସେନାକୁ ଶିଶୁର ଅଭିବାଦନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମସ୍ତଙ୍କ ମନ ପସନ୍ଦର ଭିଡିଓ ଖୁବ ସହଜରେ ମିଳିଥାଏ । ସେଥିରୁ କିଛି ଭିଡିଓ ମନକୁ ଛୁଇଯାଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଶିଶୁ ଓ ଭାରତୀୟ ସେନାର ଯବାନଙ୍କୁ ଦେଖିବାକୁ ମିଳୁଛି । ସେନାର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସେବା କରିଥାଆନ୍ତି । ଛୋଟ ହେଲେ ବି ଯବାନଙ୍କର ଏ ତ୍ୟାଗକୁ ସେ ମନେ ମନେ ସମ୍ମାନ ଦିଏ । ଆଉ ଆଖି ସାମ୍ନାରେ ଯବାନଙ୍କୁ ଦେଖିବା ପରେ କୁନି ପିଲାଟି କ’ଣ କରୁଛି ଦେଖିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ ।
ଆସନ୍ତା କାଲି ଗଣତନ୍ତ୍ର ଦିବସ । ଏହାର ଅବ୍ୟବହିତ ପୂର୍ବରୁ ଏମିତି ଏକ ଭିଡିଓକୁ ସୋସିଆଲ ମିଡିଆରେ ମହନ୍ତ ଯୋଗୀଜି ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି,‘ମୋର ଗର୍ବ ଓ ଗୌରବ ତ୍ରିରଙ୍ଗା’।
मेरी आन तिरंगा है,
मेरी शान तिरंगा है।
जय हिन्द 🇮🇳🙏 https://t.co/0K24Kq6Q5p pic.twitter.com/EyQ84EilRL
— Mahant Adityanath 2.0🦁 (Parody) (@MahantYogiG) January 23, 2023
ଭିଡିଓରେ ଦେଖିବାକୁ ମିଳୁଛି, ଛୋଟ ଛୁଆଟି ଯବାନଙ୍କୁ ରାସ୍ତାରେ ଛିଡ଼ା ହୋଇଥିବା ଦେଖି ଦୌଡ଼ି ଯାଇଥିଲା । ହାତରେ ଧରିଥିବା ଜାତୀୟ ପତାକାଟି ତାଙ୍କୁ ବଢ଼ାଇ ସାଲ୍ୟୁଟ୍ ମଧ୍ୟ ମାରିଥିଲା। କୁନି ଛୁଆଟିର ଏଭଳି ସମ୍ମାନ ଦେଖି ଯବାନ ମଧ୍ୟ ଖୁସି ହୋଇଯାଇଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିଡିଓଟି ଦେଖି ଭୁରିଭୁରି ପ୍ରଶଂସା କରିଛନ୍ତି।