ମିରଟ୍‌ର ଅଜବ ବିବାହ ଉତ୍ସବ: ମୃତ୍ୟୁର ୧୭ ବର୍ଷ ପରେ ମୃତକଙ୍କ ଫଟୋ କଲେ ବିବାହ

ନୂଆଦିଲ୍ଲୀ: ବରବେଶରେ ସଜ୍ଜେଇ ମଧ୍ୟ ହୋଇଥିଲେ ବର। ମଣ୍ଡପରେ ପହଞ୍ଚିଥିଲେ ବର ସହ ବରଯାତ୍ରୀ । ବାଜା ବାଜୁଥିଲା । ନାଚଗୀତ ମଧ୍ୟ ହେଉଥିଲା । ମଣ୍ଡପରେ କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ ମଧ୍ୟ କରାଗଲା । ହେଲେ ବର ବଦଳରେ ଥିଲା ବରଙ୍କ ଫଟୋ ଚିତ୍ର । ଏମିତି ଏକ ଅଜବ ବିବାହ ଉତ୍ସବ ଆୟୋଜିତ ହୋଇଛି ମିରଟ୍‌ରେ,ଯାହା ଆପଣ କେବେ ଦେଖି ନ ଥିବେ ବା ଶୁଣି ନ ଥିବେ । ବୁଧବାର ଧୁମ୍‌ଧାମ୍‌ରେ ପାଳିତ ହୋଇଥିଲା ଏହି ନିଆରା ବାହାଘର ।

ଦୀର୍ଘ ୧୭ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ୪ ପିଲାଙ୍କର ଏଭଳି ବିବାହ ଉତ୍ସବ ଆୟୋଜନ ହୋଇଥିଲା । ସେଥିମଧ୍ୟରେ ଦୁଇ ଜଣ ପୁଅ ଥିବା ବେଳେ ଦୁଇ ଜଣ ଝିଅ ମଧ୍ୟ ଥିଲେ । ମିରଟ୍‌ର ରାଜବୀରଙ୍କ ଝିଅ ରୂପାଙ୍କ ମୃତ୍ୟୁ ୧୭ ବର୍ଷ ପୂର୍ବେ ହୋଇଥିଲା । ସେତେବେଳେ ରୂପାଙ୍କ ବୟସ ମାତ୍ର ୫ ବର୍ଷ ଥିଲା । ସେହିପରି ତାଙ୍କ ପଡ଼ୋଶୀ ମୁନେଶଙ୍କ ଝିଅ ପାୟଲର ମଧ୍ୟ ଏହି ସମୟରେ ମୃତ୍ୟୁ ହୋଇଥିଲା । ଏହାବାଦ୍ ବାବନପୁର ନିକଟ ଆଲମପୁର ଗାଁର ଅକ୍ଷୟ ଓ ଗୋବିନ୍ଦାଙ୍କ ପୁଅଙ୍କର ୬ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଆଲମପୁରରୁ ଏହି ଦୁଇ ଜଣଙ୍କ ଫଟୋକୁ ବର ବେଶରେ ସଜାଯାଇ ନାଚଗୀତ ରୋଶଣି ଭିତରେ ବରଯାତ୍ରୀ ଆସି ପହଞ୍ଚିଥିଲେ ମଣ୍ଡପରେ । ସେଠାରେ ମୃତ ରୂପା ଓ ପାୟଲଙ୍କ ଫଟୋକୁ କନ୍ୟା ବେଶରେ ସଜ୍ଜିତ କରାଯାଇ ତାଙ୍କ ଘର ଲୋକ ମଣ୍ଡପରେ ବରକୁ ସ୍ୱାଗତ କରିଥିଲେ । ପରମ୍ପରା ଅନୁଯାୟୀ ସମସ୍ତ ରୀତିନୀତିରେ ବିବାହ ଆୟୋଜନ କରାଯାଇଥିଲା । ଏ

ହି ଉତ୍ସବରେ ଉଭୟ ବରକନ୍ୟା ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବ ଓ ପରିଜନ ସାମିଲ ହୋଇଥିଲେ । ପରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । ବିବାହ ପରେ ବରକନ୍ୟାଙ୍କୁ ବିଦାୟ ମଧ୍ୟ କରାଯାଇଥିଲା । ଏଠାକାର ଲୋକେ ଏହି ପରମ୍ପରାକୁ କେଉଁ କାଳରୁ ମାନି ଆସୁଛନ୍ତି । ଗ୍ରାମର ମୁଖିଆଙ୍କ କହିବା କଥା ହେଲା , ଏହି ପରମ୍ପରା ସେହି ଗାଁର ସ୍ୱତନ୍ତ୍ର । ଗାଁର ଯଦି କୌଣସି ଝିଅର କମ୍ ବୟସରୁ ମୃତ୍ୟୁ ହୋଇଯାଏ ସେ ସାବାଳିକା ହେବା ପରେ ଗାଁର ମୃତ୍ୟୁବରଣ କରିଥିବା ପୁଅ ସହ ଧୁମ୍‌ଧାମ୍‌ରେ ବିବାହ କରାଯାଇଥାଏ । ଏଥିପାଇଁ ବର ଖୋଜା ମଧ୍ୟ ହୋଇଥାଏ ।

Related Articles

Back to top button