ଗଣତନ୍ତ୍ର ଦିବସରେ ବିହାରରେ ଉଡିଲା ପାକିସ୍ତାନୀ ପତାକା

ପାଟନା: ଗଣତନ୍ତ୍ର ଦିବସ ଅବସରରେ ବିହାରର ପୁର୍ନିଆ ଜିଲାର ମଧୁବାନୀ ସିପାହି ଟୋଲା ଠାରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି, ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ପୋଲିସର ସୂଚନାନୁସାରେ, ଏକ ମସଜିଦ ନିକଟରେ ଥିବା ଏକ ଘରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇଥିବା ଜଣାପଡିଛି। ଘରର ମାଲିକ ମୁବାରକଉଦ୍ଦିନ ବୋଲି ଜଣାପଡିଛି। ପାକିସ୍ତାନର ପତାକା ଉତ୍ତୋଳନ କରାଯାଇଥିବା ସୂଚନା ପାଇବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା। ସେତେବେଳେକୁ ପତାକା ହଟାଇ ଦିଆଯାଇଥିଲା। ଏନେଇ ଏସଡିଓ ପୁର୍ନିଆରେ ମାମଲା ରୁଜୁ କରାଯାଇଥିଲା।

Related Articles

Back to top button