ପ୍ରତିବର୍ଷ ୧୨ ଚିତା ଭାରତକୁ ପଠାଇବ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଦେଶରୁ ଚିତାକୁ ପୁଣିଥରେ ଆଣିବାର ମହତ୍ୱାକାଂକ୍ଷି ପରିଯୋଜନା ଆଧାରରେ ଦକ୍ଷିଣ ଆଫ୍ରିକା ଭାରତକୁ ୧୦୦ରୁ ଅଧିକ ଚିତା ଦେବାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ଗତବର୍ଷ ସେପ୍ଟେମ୍ବରରେ ନାମିବିୟାରୁ ୮ଟି ଚିତା ଆସିବା ପରେ ୧୨ଟି ଚିତାଙ୍କ ଏକ ପ୍ରାରମ୍ଭିକ ବ୍ୟାଚ ଭାରତ ପଠାଯିବ ବୋଲି ପରିବେଶ ମନ୍ତ୍ରଣାଳୟ କହିଛି । ଚିତାଙ୍କୁ ଭାରତ ଆଣିବାର ପ୍ରୟାସ ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ବେଳେ ଏବେ ସରକାର ଏଥିରେ ସଫଳତା ପାଇଛନ୍ତି ।

ମନ୍ତ୍ରଣାଳୟ ଏକ ବୟାନରେ କହିଛି, ଆଗାମୀ ୮-୧୦ ବର୍ଷ ମଧ୍ୟରେ ପ୍ରତିବର୍ଷ ୧୨ ଚିତାଙ୍କୁ ପଠାଇବାର ଯୋଜନା ରହିଛି, ଫଳରେ ସୁରକ୍ଷିତ ଚିତାଙ୍କ ବଂଶ ସ୍ଥାପନ କରିବାରେ ସହଯୋଗ ମିଳିପାରିବ । ଭାରତ ଏକଦା ଏସିଆ ଚିତାଙ୍କ ଘର ଥିଲା, ହେଲେ ୧୯୫୨ ସୁଦ୍ଧା ଏହି ଚିତା ବିଲୁପ୍ତ ହୋଇଯାଇଥିଲା । ଭାରତରେ ଚିତା ବିଲୁପ୍ତ ହେବାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଚମଡାର ଚୋରା ଚାଲାଣ ପାଇଁ ଅବୈଧ ଶିକାର ।

Related Articles

Back to top button