୩୦୦୦ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ବିଦା କଲା ଇରାନ

କାବୁଲ: ଇରାନ ୩୦୦୦ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ନିଜ ଦେଶରୁ ବାହାର କରିଦେଇଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁଯାୟୀ, ନିକଟରେ ଏହି ଶରଣାର୍ଥୀଙ୍କୁ ଇସଲାମ କଲା ଓ ପୁଲେ ଅବ୍ରିଶନ ସୀମାରେ ଜବରଦସ୍ତ ଆଫଗାନିସ୍ତାନ ପଠାଇ ଦିଆଯାଇଛି ।

ଆଫଗାନିସ୍ତାନରେ ତାଲିବାନର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ ଅନୁଯାୟୀ, ୨୪ ଓ ୨୫ ଜାନୁୟାରୀରେ ପ୍ରାୟ ୩,୧୨୩ ଆଫଗାନ ପ୍ରବାସୀଙ୍କୁ ଇରାନରୁ ବହିଷ୍କାର କରାଯାଇଥିଲା । ନିକଟ ଅତୀତରେ ଇରାନରେ ଆଫଗାନିସ୍ତାନ ନାଗରିକଙ୍କୁ ଅଟକ ରଖାଯାଇ ଜବରଦସ୍ତ ଆଫଗାନିସ୍ତାନକୁ ପଠାଇ ଦିଅଯାଇଥିଲା ।

ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ତାଲିବାନ କ୍ଷମତା ଗ୍ରହଣ କରିବା ପରେ ଅନେକ ଆଫଗାନବାସୀ ଜୀବନ ଓ ଭୟାନକ ଆର୍ଥିକ ସ୍ଥିତିକୁ ଦେଖି ଦେଶ ଛାଡି ଦେଇଥିଲେ । ବର୍ତ୍ତମାନ ଇରାନରେ ୪୦ ଲକ୍ଷରୁ ଅଧିକ ଆଫଗାନ ନାଗରିକ ରହୁଛନ୍ତି । ତାଲିବାନର ଅଧିକାରୀମାନେ କହିଛନ୍ତି, ଆଫଗାନ ଶରଣାର୍ଥୀମାନେ ହେରାଟ ଓ ନିମରୁଜ ସୀମାଦେଇ ଅଫଗାନିସ୍ତାନରେ ପ୍ରବେଶ କରିଛନ୍ତି । ଏହାସହ ତାଲିବାନ ସରକାର ଆଫଗାନ ଶରଣାର୍ଥୀଙ୍କ ସହ ଉଚିତ ବ୍ୟବହାର କରିବାକୁ ଅପିଲ କରିଛନ୍ତି ।

Related Articles

Back to top button