ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ; ୭ ଜଣଙ୍କୁ ଗୁଳି କରି ହତ୍ୟା

ଜେରୁସେଲମ: ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ। ଲୋକଙ୍କୁ ଉପରେ ଆଖିବୁଜା ଗୁଳି ଚଳାଇଲା ଆତଙ୍କବାଦୀ। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ୍‌ ପୁଲିସ ସୂଚନା ଦେଇଛି। ଇସ୍ରାଏଲ୍‌ ତବ୍‌ଜାରେ ଥିବା ପୂର୍ବ ଜେରୁସେଲମର ଆରାଧନା ସ୍ଥଳ ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଶକ୍ରବାର ଜଣେ ଆତଙ୍କବାଦୀ ବନ୍ଧୁକ ଧରି ଲୋକଙ୍କୁ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଖବର ପାଇ ଇସ୍ରାଏଲ୍ ପୁଲିସ ବନ୍ଧୁକଧାରୀକୁ ଘଟଣା ସ୍ଥଳରେ ହିଁ ଏନ୍‌କାଉଣ୍ଟର କରିଛି।

ଘଟଣା ସମ୍ପ୍ରକରେ ସୂଚନା ଦେଇ ପୁଲିସ କହିଛି ଜେରୁସେଲମର ନେଭେ ୟାକୋଭ ବୁଲେଭାର୍ଡରେ ଜଣେ ଆତଙ୍କବାଦୀ ସନ୍ଧ୍ୟା ପ୍ରାୟ ୮.୩୦ରେ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏହାପରେ ଖବର ପାଇଁ ପୁଲିସ ତୁରନ୍ତ ପହଞ୍ଚି ଆତଙ୍କବାଦୀର ମୁକାବିଲା କରିଥିଲା।

ଜବାବୀ ଆକ୍ରମଣରେ ଆତଙ୍କବାଦୀର ମୃତ୍ୟୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି। ତା ସହିତ ଘଟଣା ସ୍ତଳରୁ ଏକ ଧଳା ରଙ୍ଗର ଗାଡ଼ି ଜବତ କରିଛି। ଏହି ଗାଡ଼ିଟି ଆତଙ୍କବାଦୀର ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାରେ ମୋଟ ୧୦ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ୧୪ ବର୍ଷର ଜଣେ ନାବାଳକ ଓ ୭୦ ବର୍ଷୀୟ ବୃଦ୍ଧା ବି ରହିଛନ୍ତି।

Related Articles

Back to top button