ଯାଜପୁରରେ ସରସ୍ବତୀ ପୂଜା ଭୋଜି ଖାଇ ୧୪୦ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା: ସୁଧୁରିଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ସରସ୍ବତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା । ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଘଟଣାରେ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା। ସରସ୍ୱତୀ ପୂଜା ଦିନ ସ୍କୁଲ ପରିସରରେ ହୋଇଥିବା ଭୋଜି ଖାଇ ୧୪୦ଜଣ ଛାତ୍ରଛାତ୍ରୀ ଏବଂ ଦୁଇ ଜଣ ଶିକ୍ଷକ ଜ୍ୱର, ଝାଡା ଏବଂ ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

ଅସୁସ୍ଥ ପରେ ପ୍ରଥମେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଜଣେ ମଧ୍ୟ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଶରୀର ସୁସ୍ଥ ହେବାରେ ଲାଗିଛି।

Related Articles

Back to top button