୯ମ ସ୍ଥାନରେ ରହି ହକି ବିଶ୍ୱକପ ଅଭିଯାନ ଶେଷ କରିଲା ଭାରତ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ କ୍ଲାସିଫିକେଶ ମ୍ୟାଚରେ ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ଅଭିଷେକ, ହରମନପ୍ରୀତ ସିଂ, ଶମଶେର ସିଂ, ଆକାଶଦୀପ ସିଂ ଓ ସୁଖଜିତ ସିଂ ଗୋଲ ସ୍କୋର କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏମବିବି ସମକେଲୋ ଓ କେସିୟମ ମୁସ୍ତାଫା ୨ଟି ଗୋଲ ଦେଇଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ ପ୍ରଭାବ ବିସ୍ତାର କରି ଖେଳିଥିଲା ।

ପୂର୍ବରୁ କ୍ରସ ଓଭରରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇ ପାରି ନ ଥିଲା । ଦୀର୍ଘ ଦିନ ପରେ ଭାରତ ବିଶ୍ୱକପ ଜିତିବ ବୋଲି ପ୍ରଶଂସକମାନେ ଦୃଢ଼ ଆଶାୟୀ ଥିଲେ । ପ୍ରଥମ କ୍ୱାଲିଫିକେଶରେ ଟିମ ଇଣ୍ଡିଆନ ଜାପାନକୁ ୮-୦ରେ ହରାଇଥିଲା ।

Related Articles

Back to top button