ମୋ ସ୍ବାମୀ ମନ୍ତ୍ରୀଙ୍କ ପିଏସ୍‌ଓ ନ ଥିଲେ: ଗୋପାଳ ଦାସଙ୍କ ସ୍ତ୍ରୀ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗୁଳିକାଣ୍ଡ ଘଟଣାକୁ ନେଇ କ୍ରାଇବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏଏସ୍‌ଆଇ ଏକାକୀ ଗୁଳି କରିଥିବା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଗୋପାଳ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସ ସୋମବାର ପୁଣି ନିଜ ପ୍ରତିକ୍ରିୟା ରଖିଛନ୍ତି। ରବିବାର ଦେଇଥିବା ବୟାନକୁ ସେ ପୁଣି ଦୋହରାଇଛନ୍ତି। ଏପରିକି ତାଙ୍କ ସ୍ବାମୀ ମନ୍ତ୍ରୀଙ୍କ ପିଏସ୍‌ଓ ନ ଥିବା ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷେ ଘର କବାଟ ବନ୍ଦକରି ଲୁଚି ପଲାଇ ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ସେ ଖଣ୍ଡନ କରି ସେ ତାଙ୍କ ଶ୍ୱଶୁରଘରକୁ ଆସିଥିବା କହିଛନ୍ତି। ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜୟନ୍ତୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Related Articles

Back to top button