ଗୁଜରାଟରେ ଜୁନିୟର କିରାଣୀ ନିଯୁକ୍ତି ପାଇଁ ପ୍ରଶ୍ନପତ୍ର ଲିକ୍‌ ମାମଲା: ମାଲକାନଗିରିରେ ଶିକ୍ଷକ ଗିରଫ

ମାଲକାନାଗିରି : ସାମ୍ନାକୁ ଆସିଲା ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଛି । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି । ସେ ମାଲକାନଗିରି ଜିଲ୍ଲାର କାର୍ତନପାଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତ ହୋଇଛନ୍ତି।

ସୂଚନାନୁଯାୟୀ, ଜୁନିୟର କିରାଣୀ ନିଯୁକ୍ତି ପାଇଁ ପ୍ରତିଯୋଗୀତା ମୂଳକ ପରୀକ୍ଷାର ଲିକ୍ ହୋଇଥିବା କାଗଜର ଉତ୍ତର ଦେଇ ଭଦୋଦରା ଏବଂ ଅହମ୍ମଦାବାଦର ଏକାଧିକ କୋଚିଂ ସେଣ୍ଟରର ଏକ ସଂଗଠିତ ଗ୍ୟାଙ୍ଗ ସହ ସେୟାର କରିଥିଲେ। ରବିବାର ଦିନ ନିର୍ଦ୍ଧାରିତ ସମୟର କିଛି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଯେଉଁଥିରେ ୯ ଲକ୍ଷ ୫୩ ହଜାର ପ୍ରାର୍ଥୀ ପ୍ରଭାବିତ ହୋଇଥିଲେ, ଯେଉଁମାନେ ୧ ହଜାର ୧୫୦ ଖାଲି ପଦ ପାଇଁ ଆବେଦନ କରିଥିଲେ।

ତେବେ ନିକଟରେ ରବିବାର ଦିନ ଗୁଜରାଟର ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ଭଦୋଦରା ଠାରୁ ୧୫ ଅଭିଯୁକ୍ତଙ୍କୁ ପ୍ରଶ୍ନପତ୍ର ସହିତ ଗିରଫ କରିଥିଲା । ଯାହାପାଇଁ ସୋମବାର ହେବାକୁ ଥିବା ପଞ୍ଚାୟତ ଜୁନିଅର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ସବୁଠୁ ବଡ଼ କଥା ହେଉଛି ପ୍ରଶ୍ନ ପତ୍ର ଲିକ ଯୋଗୁଁ ଏହି ପରୀକ୍ଷାର୍ଥୀ ମାନେ ବହୁ ଅସୁବିଧାର ଶିକାର ହୋଇଛନ୍ତି ।

Related Articles

Back to top button