ନବ ଦାସଙ୍କ ପିଏସଓ ସସପେଣ୍ଡ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସ୍‌ଆଇ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ସ୍ଥଳେ ରାଜ୍ୟ ସରକାର ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ବଦଳି ତ କାହାକୁ ନିଲମ୍ବିତ କରିଚାଲିଛନ୍ତି। ସେହିପରି ବୁଧବାର ନବ ଦାସଙ୍କ ପିଏସ୍‌ଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ, ବ୍ରଜରାଜନଗରର ଗାନ୍ଧିଛକରେ ରବିବାର ପୂର୍ବାହ୍ନରେ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୋପାଳକୃଷ୍ଣ ଦାସ ନାମକ ଜଣେ ପୋଲିସ ଏଏସ୍‌ଆଇ ଏହି ଗୁଳିମାଡ଼ କରିଥିଲେ। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ପରେ ପ୍ରାଣହାନି ଘଟିଥିଲା।

Related Articles

Back to top button