ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ଭଦ୍ରକ ଅଫିସ,୨ା୨: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବୁଧବାର ଜଣେ ନକଲି ଡାକ୍ତରଙ୍କୁ ଟାଉନ ପୋଲିସ ଗିରଫ କରିଛି। ଗିରଫ ଯାଜପୁର ଜିଲାର ରାଜୀବ ବୋଲି ଜଣାପଡ଼ିଛି। ତାଙ୍କ ପାଖରୁ ଏକ ନକଲି ପରିଚୟପତ୍ର ମଧ୍ୟ ପୋଲିସ ଜବତ କରି ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଉକ୍ତ ଯୁବକ ବୁଧବାର ମେଡିକାଲରେ ପ୍ରବେଶକରି ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିଲେ। ନୂଆ ନିଯୁକ୍ତି ହୋଇଛି, ଓଟି କେଉଁଠି ବୋଲି ସିକ୍ୟୁରିଟି ଗାର୍ଡଙ୍କୁ ପଚାରି ମେଡିକାଲର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ୱାର୍ଡ ଭିତରକୁ ଯାଉଥିଲେ। ଏହି ସମୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର ସେହି ୱାର୍ଡରୁ ବାହାରକୁ ବାହାରୁଥିଲେ। ଷ୍ଟେଥୋସ୍କୋପ୍‌ ବେକରେ ପକାଇ ଯାଉଥିବା ଯୁବକଙ୍କୁ ଦେଖି ତାଙ୍କର ସନ୍ଦେହ ହେବାରୁ ପରିଚୟ ପଚାରିଥିଲେ। ସନ୍ତୋଷଜନକ ଉତ୍ତର ଦେଇ ନ ପାଇବାରୁ ତାଙ୍କୁ ମେଡିକାଲରେ ଥିବା ପୋଲିସ ସହାୟତା କେନ୍ଦ୍ରକୁ ନେଇ ପଚରାଉଚରା କରିବାରୁ ସେ ନକଲି ଡାକ୍ତର ବୋଲି ଜଣାପଡ଼ିଥିଲା। ଟାଉନ ପୋଲିସ ପହଞ୍ଚତ୍ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଉମା ଶଙ୍କର ନାଏକ କହିଛନ୍ତି।

Related Articles

Back to top button