ପୂର୍ବତନ ବିଞ୍ଝାରପୁର ବିଧାୟକ ଅର୍ଜୁନ ଚରଣ ଦାସଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ

ଯାଜପୁର: ସଡ଼କ ଦୁର୍ଘଟଣାରେ ପୂର୍ବତନ ଯାଜପୁର ଏମ୍‌ପି ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶନିବାର ପରଲୋକ ଘଟିଛି। ବାଇକ୍‌ରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ହାଇଓ୍ବା ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ବାଇକ୍‌ରେ ଭୁବନେଶ୍ବର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।
ଅର୍ଜୁନ ଦାସ ବିଞ୍ଝାରପୁର ନିର୍ବାଚନମଣ୍ଡଳୀରୁ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସରୁ ବିଧାୟକ ଥିଲେ। କିଛି ଦିନ ପୂର୍ବରୁ ସେ ବିଆରଏସ୍‌ରେ ସାମିଲ ହୋଇଥିଲେ ।

Related Articles

Back to top button