ପ୍ରତିଭାର କୌଣସି ଭୌଗୋଳିକ ସୀମା ନାହିଁ – ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼ ଗତକାଲି ଓଡ଼ିଶାର ୧୦ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ପ୍ରତିଭାର କୌଣସି ଭୌଗୋଳିକ ସୀମା ନାହିଁ ଏବଂ ସହରରେ ରହୁଥିବା ଲୋକଙ୍କ ଏକଚାଟିଆ ଅଧକାର ନୁହେଁ। ସେ ସାରା ରାଜ୍ୟରେ ବାର୍ ସଦସ୍ୟଙ୍କୁ ‘ଭର୍ଚୁଆଲ୍ ହାଇକୋର୍ଟ’ର ମହତ୍ୱ ବର୍ଣ୍ଣନା କରି ଏହା କହିଥିଲେ। ଏହି ସମୟରେ ଶୁକ୍ରବାର ଦିନ ଓଡିଶାରେ ଭର୍ଚୁଆଲ୍ ହାଇକୋର୍ଟର ଉଦଘାଟନ କରୁଥିବାବେଳେ ମୁଖ୍ୟବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼ ଓଡିଶାର ପ୍ରଧାନ ବିଚାରପତି ଡ.ମୁରଲିଧରଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ।

ଏହାସହ କହିଥିଲେ କି ଦୁଇ ବର୍ଷ ପୂର୍ବେ କିଏ ଭାବିଥିଲା ଯେ, ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ହାଇକୋର୍ଟ ରହିବ। କିନ୍ତୁ, ଆଜି ଭର୍ଚୁଆଲ୍ ହାଇକୋର୍ଟ ଆରମ୍ଭ କରି ଏହା ସମ୍ଭବ ହୋଇଛି। ଏହା ଦ୍ୱାରା ସବୁ ଜିଲ୍ଲାରେ ଉପରୋକ୍ତ ଅଞ୍ଚଳଗୁଡିକରେ ହାଇକୋର୍ଟର ଉପସ୍ଥିତି ଜଣାପଡିବ। ଉପରୋକ୍ତ ଅଂଚଳରେ ରହି ଜଣେ ଆଇନଜୀବୀ କେଶ୍ ଫାଇଲ୍ କରିବା ସହ ଶୁଣାଣିରେ ଭାଗ ନେଇପାରିବ ଏବଂ ଏହାର ନିର୍ଦ୍ଦେଶନାମା ମଧ୍ୟ ପାଇପାରିବେ। ସୂଚନାଥାଉକି ଭୌଗୋଳିକ ଦୃଷ୍ଟି କୋଣକୁ ବିଚାରକୁ ନେଇ ଏହି ୧୦ଟି ଭର୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ ହୋଇଛିା ଆଗାମୀ ଦିନରେ ଆଉ ଅଧିକ ଭର୍ଚୁଆଲ୍ ହାଇକୋର୍ଟ ଆରମ୍ଭ କରାଯିବ। ଭର୍ଚୁଆଲ୍ ହାଇକୋର୍ଟ କିପରି ସଫଳତାର ସହ କାର୍ଯ୍ୟ କରିବ ସେଥିପାଇଁ ଖୁବ୍ ଶିଘ୍ର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ନ୍ୟାୟ ପ୍ରଦାନ ପାଇଁ ଟେକ୍ନୋଲୋଜି ଗ୍ରହଣ କ୍ଷେତ୍ରରେ ଓଡିଶା ହାଇକୋର୍ଟ ନିଜକୁ ଜଣେ ଅଗ୍ରଦୂତ ବୋଲି ପ୍ରମାଣିତ କରିଛନ୍ତି। ଆଜି ପ୍ରତିଭାର କୌଣସି ଭୌଗୋଳିକ ସୀମା ନାହିଁ ଏବଂ କେବଳ ସହରରେ ରହୁଥିବା ଲୋକଙ୍କ ଏକଚାଟିଆ ଅଧିକାର ନୁହେଁ ବୋଲି ଓଡିଶା ପ୍ରମାଣ କରିଥିବା ଡି.ୱାୟୀ. ଚନ୍ଦ୍ରଚୁଡ଼ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଓଡ଼ିଶା ହାଇକୋର୍ଟ ରେକର୍ଡକୁ ଡିଜିଟାଇଜେସନ୍ କରିଛନ୍ତି, କାଗଜହୀନ ଅଦାଲତର ଉଦଘାଟନ କରିଛନ୍ତି, ଦୁର୍ବଳ ସାକ୍ଷୀ ଡିପୋଜିଟେସନ୍ ସେଣ୍ଟର (ଭିଡବ୍ଲ୍ୟୁଡିସି) ଏବଂ ଡିଜିଟାଲ୍ ରେକର୍ଡ ରୁମ୍ (ଆରଆରଡିସି) ଗଠନ ଆଦି କାର୍ଯ୍ୟ ଅଳ୍ପ ସମୟ ମଧ୍ୟରେ କରିଛନ୍ତି।

Related Articles

Back to top button